ଚିଟଫଣ୍ଡ ଲୁଟେରା ବିଜେଡିକୁ ଲୋକେ ଉଚିତ୍ ଜବାବ ଦେବେ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଲୁଟେରା ଓ ସେମାନଙ୍କ ପୁଅଙ୍କୁ ବିଜେଡି ଏବେ ଟିକେଟ୍ ଦେଇଛି। ଚିଟଫଣ୍ଡ ଠକେଇର ଶିକାର ହୋଇଥିବା କ୍ଷତିଗ୍ରସ୍ତ ଲୋକମାନେ ଚଳିତ ନିର୍ବାଚନରେ ବିଜେଡିକୁ ଏହାର ଉଚିତ୍ ଜବାବ ଦେବେ ବୋଲି ବିଜେପି କହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଥମ ଦାଗୀ। ନବୀନ ନିବାସ ଭିତରେ ସରୋଜ ସାହୁ କିଏ ଓ […]

BJP-LEADER-SLAMS-NAVEEN-AND-BJD-OVER-CHIT-FUND-SCAM

Manoranjan Sial
  • Published: Friday, 29 March 2019
  • , Updated: 29 March 2019, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଲୁଟେରା ଓ ସେମାନଙ୍କ ପୁଅଙ୍କୁ ବିଜେଡି ଏବେ ଟିକେଟ୍ ଦେଇଛି। ଚିଟଫଣ୍ଡ ଠକେଇର ଶିକାର ହୋଇଥିବା କ୍ଷତିଗ୍ରସ୍ତ ଲୋକମାନେ ଚଳିତ ନିର୍ବାଚନରେ ବିଜେଡିକୁ ଏହାର ଉଚିତ୍ ଜବାବ ଦେବେ ବୋଲି ବିଜେପି କହିଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରଥମ ଦାଗୀ। ନବୀନ ନିବାସ ଭିତରେ ସରୋଜ ସାହୁ କିଏ ଓ ତାଙ୍କୁ ସିବିଆଇ ଜେରା କରିଛି କି ନାହିଁ ତାହା ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଚିଟଫଣ୍ଡ ଦାଗୀ ନେତାଙ୍କୁ ଟିକେଟ ମିଳୁନାହିଁ ବୋଲି ବିଜେଡି କହି ଏକ ନୂଆ ଡ୍ରାମା କରୁଛି। ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ରଵୀନ୍ଦ୍ର ଜେନା, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ପ୍ରଣବ ବଳବନ୍ତରାୟ, ଦେବୀପ୍ରସାଦ ମିଶ୍ର, ସୂର୍ଯ୍ୟ ପାତ୍ରଙ୍କ ନାଁରେ ଚିଟଫଣ୍ଡ ଅଭିଯୋଗ ରହିଛି। ବହୁ ପରିଶ୍ରମ କରି ନିଜର ସଞ୍ଚିତ ଅର୍ଥ ଚିଟଫଣ୍ଡରେ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ଶୋଷଣ କରିବା ଓ ଚିଟଫଣ୍ଡ ଲୁଟେରାଙ୍କୁ ସୁରକ୍ଷା ଯୋଗାଇବା ହେଉଛି ବିଜେଡିର ନୀତି।

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି, ଚିଟଫଣ୍ଡ ଲୁଟେରାଙ୍କ ପୁଅମାନଙ୍କୁ ଏବେ ନିର୍ବାଚନ ମଇଦାନରେ ଶାସକ ବିଜେଡି ଟିକେଟ୍ ଦେଇ ସେମାନଙ୍କୁ ପୁରସ୍କୃତ କରିଛି। ବିଜେଡିର ଚିଟଫଣ୍ଡିଆ ନେତାଙ୍କ ସହ ତାଙ୍କ ସର୍ଦ୍ଦାରଙ୍କୁ କଡ଼ା ଜବାବ ଦେବାପାଇଁ ଏବେ ସାଢେ ୪ କୋଟି ଓଡ଼ିଆ ମନ ବଳାଇ ସାରିଛନ୍ତି। ଏହି ଚିଟଫଣ୍ଡ ଲୁଟେରା ଓ ସେମାନଙ୍କର ପୁଅମାନଙ୍କୁ ବିଜେଡି ଟିକେଟ୍ ଦେଇଛି। ସେମାନଙ୍କୁ ରାଜ୍ୟବାସୀ ଉଚିତ୍ ଜବାବ ଦେବେ। ଏହି ଦାଗୀନେତା ମାନେ ଏବେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଅଛନ୍ତି। ନବୀନ ବାବୁଙ୍କର ଏମାନେ ଗେହ୍ଲାପୁଅ ସାଜିଛନ୍ତି।

ଓଡ଼ିଶା ଲୁଟିବା ପାଇଁ ଆସିଥିବା କିଛି ଅଣଓଡି଼ଆ କଳାପାହାଡ଼ମାନଙ୍କ ସହ ଏମାନେ ହାତ ମିଶାଇ ଓଡ଼ିଶାକୁ ଲୁଟ କରିବାରେ ଲାଗିଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି। ଚିଟଫଣ୍ଡ କମ୍ପାନୀଗୁଡ଼ିକର ବ୍ରାଣ୍ଡ ଆମ୍ବାସଡର ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଜିଥିଲେ। ସରୋଜଙ୍କ ସ୍ୱାକ୍ଷରରେ ନେତାଙ୍କୁ ଦଳରେ ନିଆଯାଉଥିଲା ଓ ବହିଷ୍କାର କରାଯାଉଥିଲା। ଛୋଟ ଦାନବ ସରୋଜ ସାହୁ, ବଡ଼ ଦାନବ କିଏ ବୋଲି ବିଜେପି ବାରମ୍ବାର ପ୍ରଶ୍ନ ପଚାରିଲେ ମଧ୍ୟ ଏହାର ଉତ୍ତର କ’ଣ ପାଇଁ ନବୀନ ବାବୁ ଦେଇପାରୁନାହାନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ୨୦୧୪ ନିର୍ବାଚନ ପୂର୍ବରୁ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପାଇଁ ନବୀନ ପଟ୍ଟନାୟକ ସରକାର କର୍ପସ ଫଣ୍ଡ ଘୋଷଣା କଲେ ହେଲେ ଏପର୍ଯ୍ୟନ୍ତ କେତେ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

Related story