ଦାମଙ୍କ ଆକଳନ: ନବୀନ କଂଗ୍ରେସ ସହ ମେଣ୍ଟ କରିପାରନ୍ତି

bjp leader statement on exitpoll

dama-123

dama-123

Tapas Behera
  • Published: Monday, 20 May 2019
  • Updated: 20 May 2019, 12:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୧୯ ନିର୍ବାଚନ ପାଇଁ ଗତକାଲି ମତଦାନ ସରିଯାଇଥିବା ବେଳେ ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ହେଲେ ତା’ପୂର୍ବରୁ ଏକଜିଟ୍ ପୋଲ୍‌ ଆକଳନକୁ ନେଇ ଭିନ୍ନ ଭିନ୍ନ ଫଳାଫଳ ଆସୁଛି। ତେବେ ଏକ୍‌ଜିଟ୍ ଆକଳନକୁ ନେଇ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ୍‌ ପ୍ରତିକ୍ରିୟା ରଖିଛନ୍ତି। ନିଜ ପୂର୍ବ ଆକଳନକୁ ଦୋହରାଇ ଦାମ ରାଉତ କହିଛନ୍ତି ଯେ, ଏଥର ଝୁଲା ବିଧାନସଭା ହେବ ।

ବିଜେଡି ମ୍ୟାଜିକ୍ ନମ୍ବର ଛୁଇଁବ ବୋଲି ମୁଁ ବିଶ୍ୱାସ କରିପାରୁନି। ଓଡ଼ିଶାରେ ବିଜେପି ୫୫ରୁ ଅଧିକ, କଂଗ୍ରେସ ୨୫ରୁ ଅଧିକ ଆସନ ପାଇବ। ନବୀନଙ୍କ ନିର୍ଦ୍ଦିଷ୍ଟ ନୀତି ଆଦର୍ଶ ନାହିଁ। ସ୍ୱାର୍ଥ ଯୁଆଡ଼େ ସିଆଡ଼େ ଯାଆନ୍ତି। ବିଜେପି ଯଦି ବିଜେଡି ପାଖାପାଖି ଆସନ ଜିତେ ତେବେ ନବୀନ କଂଗ୍ରେସ ସହ ମେଣ୍ଟ କରିପାରନ୍ତି। ବରିଷ୍ଠ ନେତାଙ୍କ ପରାଜୟ ନେଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଆକଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦାମ।

କହିଛନ୍ତି ଗଣମାଧ୍ୟମର ଆକଳନ ଠିକ୍ ହେବନି। ନିର୍ବାଚନରେ ହାରଜିତ୍ ଏକ ପ୍ରକ୍ରିୟା। ମୁଁ କହୁନି ମୁଁ ଜିତିବି । ଭୋଟ୍‌ଦାତା କହୁଛନ୍ତି ମୁଁ ଜିତିବି। ବୈଜୟନ୍ତ ପଣ୍ଡା ଓ ନରସିଂହ ମିଶ୍ର ମଧ୍ୟ ଜିତିବେ ବୋଲି ମୋର ଆଶା ରହିଛି। ପ୍ରସନ୍ନ ଆଚାଅର୍ଯ୍ୟ ଓ ଖାରବେଳ ସ୍ୱାଇଁଙ୍କ କଥା କହିପାରିବିନି ବୋଲି ଦାମ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos