ବିଜେପିର ଜୋରଦାର ପ୍ରଚାର: ସାମିଲ ହେଉଛନ୍ତି କେନ୍ଦ୍ରର ହେବିୱେଟ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆସନ୍ତାକାଲି  ପ୍ରଚାର ସରୁଥିବାବେଳେ ବିଜେପି ଜୋରଦାର କ୍ୟାମ୍ପେନିଂ ଜାରି ରଖିଛି । କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କ ସମେତ କେନ୍ଦ୍ରୀୟ ହେଭିୱେଟ୍‌ ଘନ ଘନ ଓଡ଼ିଶା ଆସି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗୁଛନ୍ତି । କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଆଜି କୋରାପୁଟ କୋଟପାଡରେ ଆୟୋଜିତ ଦଳର ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଥିଲେ। ଏହାପରେ ସେ ଗଂଜାମର ଛତ୍ରପୁର ଓ ଖଲିକୋଟର ବିକ୍ରମପୁର ପଂଚାୟତରେ ଆୟୋଜିତ ସମାବେଶରେ ଯୋଗ ଦେଇ […]

679

Tapas Behera
  • Published: Monday, 08 April 2019
  • , Updated: 08 April 2019, 08:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆସନ୍ତାକାଲି  ପ୍ରଚାର ସରୁଥିବାବେଳେ ବିଜେପି ଜୋରଦାର କ୍ୟାମ୍ପେନିଂ ଜାରି ରଖିଛି । କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କ ସମେତ କେନ୍ଦ୍ରୀୟ ହେଭିୱେଟ୍‌ ଘନ ଘନ ଓଡ଼ିଶା ଆସି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗୁଛନ୍ତି । କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଆଜି କୋରାପୁଟ କୋଟପାଡରେ ଆୟୋଜିତ ଦଳର ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଥିଲେ।

ଏହାପରେ ସେ ଗଂଜାମର ଛତ୍ରପୁର ଓ ଖଲିକୋଟର ବିକ୍ରମପୁର ପଂଚାୟତରେ ଆୟୋଜିତ ସମାବେଶରେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ନିବେଦନ କରିଥିଲେ। ସେପଟେ ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ ବିଜେପି ସଭାପତି ଅମିତ ଶାହା। ସେ ପୁରୀରେ ରୋଡ୍ ଶୋ’ କରିବା କାର୍ଯ୍ୟକ୍ରମ ରହିଛି । ସିଂହଦ୍ୱାର ନିକଟରୁ ମାଉସୀ ମା’ ମନ୍ଦିର ଯାଏ ଏହି ରୋଡ୍ ସୋ ହେବ ।

ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଆଉ ଥରେ ଓଡ଼ିଶା ଆସିବାର କର୍ଯ୍ୟକ୍ରମ ଥିବା ବିଜେପି ସୂତ୍ରରୁ ସୂଚନା ଦିଆଯାଇଛି। ମୋଦି ଆସନ୍ତା ୧୫ କିମ୍ବା ୧୬ ତାରିଖରେ ଓଡ଼ିଶା ଆସି ପାରନ୍ତି। ଭୁବନେଶ୍ୱରରେ ଆୟୋଜିତ ସଭାରେ ସେ ଯୋଗ ଦେବେ ବୋଲି ଜଣାପଡ଼ିଛି।

Related story