ଶଙ୍ଖ ଚିହ୍ନ ପାଇଁ ପ୍ରଚାର କରୁଛନ୍ତି ସରକାରୀ ଅଫିସର, କାର୍ଯ୍ୟାନୁଷ୍ଠାନ ହେଉନି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସରକାରୀ ଅଧିକାରୀମାନେ ଭୋଟରଙ୍କୁ ପ୍ରବର୍ତ୍ତାଇବା ଦୁର୍ଭାଗ୍ୟଜନକ  ବୋଲି ବିଜେପି କହିବା ସହ ସେମାନଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବାକୁ ଦାବି କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରୁଥିବା ସମୟରେ ଏବେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ […]

pruthiraj

pruthiraj

Tapas Behera
  • Published: Saturday, 31 October 2020
  • Updated: 31 October 2020, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସରକାରୀ ଅଧିକାରୀମାନେ ଭୋଟରଙ୍କୁ ପ୍ରବର୍ତ୍ତାଇବା ଦୁର୍ଭାଗ୍ୟଜନକ  ବୋଲି ବିଜେପି କହିବା ସହ ସେମାନଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବାକୁ ଦାବି କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରୁଥିବା ସମୟରେ ଏବେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଜେଡିକୁ ଜିତାଇବାର ଠିକା ନେଇଛନ୍ତି। ସରକାରୀ ଅଧିକାରୀ ହୋଇ ବିଜେଡି ଦଳ ପାଇଁ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ପ୍ରବର୍ତାଇବା ଏବଂ ଧମକାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ଗତ ଅକ୍ଟୋବର ୨୪ ତାରିଖରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଥ୍ୟ ପ୍ରମାଣ ଉପସ୍ଥାପନ କରି ସଂପୃକ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। କିନ୍ତୁ ଏ ଘଟଣାକୁ ୭ଦିନ ବିତିଥିଲେ ବି ରାଜ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗତ ୧୨ ଦିନ ଧରି ତିର୍ତୋଲ ଉପନର୍ବାଚନରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବେଆଇନ ଭାବେ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି।

ଉପନିର୍ବାଚନ ପୂର୍ବରୁ ତାଙ୍କ ନାଁରେ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରୁଥିବାର ଅଭିଯୋଗ ଆସିବାରୁ ତାଙ୍କୁ ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଇଥିଲା। କିନ୍ତୁ ଏବେ ସେ ପୁଣିଥରେ ତିର୍ତ୍ତୋଲରେ ପହଂଚି ନିଜ ଆଧିପତ୍ୟ ଦେଖାଉଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଶ୍ରୀ ମହାପାତ୍ରଙ୍କ ଘର ହୋଇଥିବାରୁ ସେ ସମସ୍ତ ସରକାରୀ ଅଧିକାରୀଙ୍କୁ ବିଜେଡି ସପକ୍ଷରେ କାମ କରିବା ପାଇଁ ତାଗିଦ୍ କରିବା ସହ ଖୁବଶୀଘ୍ର ସେ ପୁଣିଥରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ ବୋଲି ଖୋଲାଖୋଲି ଧମକ ଦେଉଛନ୍ତି। ଏଭଳି ଏକ ଅପରାଧିକ କାର୍ଯ୍ୟରେ ସାମିଲ ଥିବା ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରୀ ଯଦି ସରକାରୀ ଦଳ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବେ ତା’ହେଲେ ଆଗାମୀ ଦିନରେ ରାଜ୍ୟ ବିଜେପି ପକ୍ଷରୁ ଜାତୀୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରାଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos