ଅର୍ଥନୀତିରେ ମହିଳାଙ୍କ ସହଭାଗିତା ଜରୁରୀ : ବିଜୟା ରାହଟକର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥନୀତିରେ ମହିଳାଙ୍କ ସହଭାଗିତା ଦ୍ୱାରା ଦେଶର ବିକାଶ ସମ୍ଭବପର ହୋଇପାରିବ ବୋଲି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟା ରାହଟକର କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମହିଳା ମୋର୍ଚ୍ଚା ସମ୍ମିଳନୀରେ ଯୋଗ ଦେଇ ଶ୍ରୀମତୀ ରାହଟକର କହିଛନ୍ତି ଯେ,ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରାଯିବ। ଏହି ଅର୍ଥନୀତିରେ ମହିଳାଙ୍କ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ ୫୦ ପ୍ରତିଶତ ମହିଳା […]

bjppp

Manoranjan Sial
  • Published: Saturday, 22 February 2020
  • , Updated: 22 February 2020, 10:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥନୀତିରେ ମହିଳାଙ୍କ ସହଭାଗିତା ଦ୍ୱାରା ଦେଶର ବିକାଶ ସମ୍ଭବପର ହୋଇପାରିବ ବୋଲି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟା ରାହଟକର କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମହିଳା ମୋର୍ଚ୍ଚା ସମ୍ମିଳନୀରେ ଯୋଗ ଦେଇ ଶ୍ରୀମତୀ ରାହଟକର କହିଛନ୍ତି ଯେ,ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରାଯିବ। ଏହି ଅର୍ଥନୀତିରେ ମହିଳାଙ୍କ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ ୫୦ ପ୍ରତିଶତ ମହିଳା ବସବାସ କରୁଛନ୍ତି। ସେମାନେ ଆତ୍ମନିର୍ଭରଶୀଳ ହୋଇ ନିଜ ନିଜ କ୍ଷେତ୍ରରେ ସୁପ୍ରିତିଷ୍ଠିତ ହେବାକୁ ଉଦ୍ୟମ କରିବା ଆବଶ୍ୟକ। ମହିଳାମାନେ ସ୍ୱୟଂସଂପୂର୍ଣ୍ଣା ହେବା ସହ ଅର୍ଥନୀତିରେ ଭାଗିଦାରୀ ହେଲେ ଦେଶର ବିକାଶ ସମ୍ଭବ ହୋଇପାରିବ। ତୃଣମୂଳସ୍ତରରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଶକ୍ତିକରଣ କେବଳ ଭାଷାଣବାଜିରେ ହେବ ନାହିଁ। ଏଥିପାଇଁ ଦୃଢ ନିଶ୍ଚିତ ହୋଇ ତାଙ୍କର ନିର୍ମିତ ଉତ୍ପାଦକୁ ବଜାରରେ ପହଂଚାଇବା ଦରକାର। ସେମାନଙ୍କ ଉତ୍ପାଦ ବିକ୍ରି ହେଲେ ସେମାନେ ଅର୍ଥନୈତିକ ଭାବେ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସମାଜର ମୁଖ୍ୟ ଅର୍ଥନୈତିକ ସ୍ରୋତରେ ସାମିଲ ହେଇପାରିବୋ ମୋଦି ସରକାର ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିଛନ୍ତି, ମୁଦ୍ରା ଯୋଜନାରେ ଲୋନ ବ୍ୟବସ୍ଥା କରିଛନ୍ତି, ଷ୍ଟାର୍ଟଅପକୁ ପ୍ରଧାନ୍ୟ ଦେବାକୁ ଯାଇ ମୋଦି ସରକାର ଗାଁ ଏବଂ ସହରରେ ଏମଏସଏମଇ, ଭିତିଭୂମି, ବୟନ, ପ୍ରଯୁକ୍ତି ଓ ପର୍ଯ୍ୟଟନକୁ ଗୁରୁତ୍ୱ ଦେଉଛନ୍ତି। ମହିଳାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ନିଜକୁ ସାମିଲ କରି ରାଜ୍ୟ ଓ ଦେଶର ଅର୍ଥନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀମତୀ ରାହଟକର କହିଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା, ସୀମନ୍ତିନୀ ଜେନା, କାନନବାଳା ପଟ୍ଟନାୟକ, ସ୍ମୃତି ପଟ୍ଟନାୟକ, ପ୍ରତିଭା ଶତପଥୀ, ଯାଜ୍ଞସେନୀ ଜେନା, ବବିତା ପାତ୍ର, ମନସ୍ମିତା ଖୁଂଟିଆ, ଅନୀତା ଶୁଭଦର୍ଶିନୀ ଏବଂ କସ୍ତୁରୀ ମିଶ୍ରଙ୍କ ସମେତ ରାଜ୍ୟ ମହିଳା ପଦାଧିକାରୀ ଓ ସମସ୍ତ ଜିଲ୍ଲାର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Related story