ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍‌ପିଙ୍କ  ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପି […]

SRC-1-2

Niharika Rout
  • Published: Tuesday, 05 November 2019
  • , Updated: 05 November 2019, 02:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍‌ପିଙ୍କ  ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି  ।

ଭୁବନେଶ୍ୱରରେ ଶତାଧିକ ସଂଖ୍ୟାରେ ମହିଳା ଏକାଠି ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ମାମଲାର ସିବିଆଇ ତଦନ୍ତ ସହ ବିବାଦୀୟ ମନ୍ତବ୍ୟ ଦେଇଥିବା ଏସ୍‌ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।  କଟକରେ ମଧ୍ୟ ଶତାଧିକ ସଂଖ୍ୟାରେ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଯାଜପୁର ଓ  ବଲାଙ୍ଗିରରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯାଇଥିଲା ।

ସ୍ମିତାରାଣୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବ୍ରହ୍ମପୁର  ଓ ସମ୍ୱଲପୁରରେ ମଧ୍ୟ ଶତାଧିକ ସଂଖ୍ୟାରେ ମହିଳା ଆନ୍ଦୋଳନକୁ ଓହ୍ଲାଇଥିଲେ। ରାଜ୍ୟର ସମସ୍ତ ମହିଳାଙ୍କ ସୁରକ୍ଷା ଓ ହରିଦାସପୁର ପିଇଓ ସ୍ନିତାରାଣୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ।

Related story