ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ବିରୋଧ କରି ବିଜେପିର ବିକ୍ଷୋଭ

Ordigital Desk
  • Published: Friday, 08 June 2018
  • , Updated: 08 June 2018, 06:35 PM IST
<p>ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ତିହିଡିରେ ବିଜେପି କର୍ମକର୍ତ୍ତା ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି କର୍ମକର୍ତ୍ତା ମୁଣ୍ଡରେ କଳାପଟି ବାନ୍ଧି ପ୍ରତିବାଦ ଜଣାଇ ତିହିଡି ବ୍ଲକ ଆଗରେ ଆନ୍ଦୋଳନ କରିଥିଲେ। ବିଜେପି କର୍ମକର୍ତ୍ତା ସରକାରଙ୍କ ଏହି ଯୋଜନା ଦଳୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ବିଜେପି କର୍ମୀମାନେ ଏକ ଶୋଭାଯାତ୍ରା କରିବା ସହ ସରକାର ବିରୋଧୀ ସ୍ଲୋଗାନ ଦେଇ ଆନ୍ଦୋଳନ କରିଥିଲେ। ତିହିଡି ବ୍ଲକରେ ସରକାରଙ୍କ ବିଭିନ୍ନ ଯୋଜନାରେ ବିଜେପି ସମର୍ଥିତ କର୍ମକର୍ତ୍ତାଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରିଛନ୍ତି କର୍ମକର୍ତ୍ତା।</p>

Related story