ସେବାଶ୍ରମ ସ୍କୁଲରେ ପିଲାଙ୍କୁ ମ୍ୟାଥ୍‌ ପଢ଼ାଇଲେ ଏମ୍‌ଏଲ୍‌ଏ

ନୀଳଗିରି (ବିଶ୍ୱମ୍ୱର ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ବେଶ୍‌ ସକ୍ରିୟ ଅଛନ୍ତି। ସେମାନେ କେତେବେଳେ କେଉଁ ବିଭାଗକୁ ଚାଲି ଯାଉଛନ୍ତି, ଖୋଦ୍‌ ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। କିଛି ଦିନ ତଳେ ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସ୍କୁଲ ପରିଦର୍ଶନ କରିଥିଲେ। ସେହି ସମୟରେ ସେ କ୍ଲାସ୍‌ରେ ପଶି ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏପରିକି ପାଠ ପଢ଼ାଇ ଥିଲେ। ଶାସକ ଦଳର ମନ୍ତ୍ରୀଙ୍କ ଏପରି ଅବତାର ଦେଖି ବିରୋଧୀ […]

nilagiri-bjp-teacher-teaches-students

Manoranjan Sial
  • Published: Thursday, 03 October 2019
  • , Updated: 03 October 2019, 04:45 PM IST

ନୀଳଗିରି (ବିଶ୍ୱମ୍ୱର ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ବେଶ୍‌ ସକ୍ରିୟ ଅଛନ୍ତି। ସେମାନେ କେତେବେଳେ କେଉଁ ବିଭାଗକୁ ଚାଲି ଯାଉଛନ୍ତି, ଖୋଦ୍‌ ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। କିଛି ଦିନ ତଳେ ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସ୍କୁଲ ପରିଦର୍ଶନ କରିଥିଲେ। ସେହି ସମୟରେ ସେ କ୍ଲାସ୍‌ରେ ପଶି ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏପରିକି ପାଠ ପଢ଼ାଇ ଥିଲେ। ଶାସକ ଦଳର ମନ୍ତ୍ରୀଙ୍କ ଏପରି ଅବତାର ଦେଖି ବିରୋଧୀ ଦଳ ଭୂମିକାରେ ଥିବା ବିଜେପି କେମିତି ବା ପଛରେ ରହିଯିବେ? ତେଣୁ ସେମାନେ ମଧ୍ୟ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଇଥିବାର ଦେଖିବାକୁ ମିଳିଛି। ଏମିତି ଚିତ୍ର ବାଲେଶ୍ୱର ଜିଲ୍ଲାରୁ ଆସିଛି। ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ସୁକାନ୍ତ ନାୟକ କନ୍ୟାଶ୍ରମକୁ ଆସି ଗଣିତ ପଢ଼ାଇଛନ୍ତି।

ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାୟକ ସୁକାନ୍ତ ନାୟକ। ସେ ଗତ ୧ ତାରିଖରେ ଆଦିବାସୀ ବହୁଳ ତେଣ୍ଡା କନ୍ୟା ଆଶ୍ରମରେ ଆୟୋଜିତ ପିତା-ମାତା ସମନ୍ୱୟ ବୈଠକରେ ଯୋଗଦେଇଥିଲେ। ବୈଠକ ସରିବା ପରେ ଶ୍ରୀ ନାୟକ ଆଶ୍ରମ ସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରୀଙ୍କ ସହିତ କଥା ହୋଇଥିଲେ। ପରେ ଜଣେ ଶିକ୍ଷକଙ୍କ ପରି ହାତରେ ଚକ୍‌ ଧରି ଛାତ୍ରୀଙ୍କୁ ଗଣିତ ପାଠ ପଢ଼ାଇ ଥିଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ପ୍ରକୃତରେ ଶ୍ରୀ ନାୟକ ପେସାରେ ଜଣେ ଇଞ୍ଜିନିୟର। ବିଏସ୍‌ସି ପାସ୍‌ କଲା ପରେ ସିଭିଲ୍‌ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ଇଞ୍ଜିନିୟରିଂ ପାସ୍‌ କଲା ପରେ ସେ ସରକାରୀ ଚାକିରି କରିଥିଲେ। ମାତ୍ର ସେ ସରକାରୀ ଚାକିରିରେ ବେଶୀ ଦିନ ରହିପାରିଲେ ନାହିଁ। ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ। ପ୍ରଥମ ଥର ପାଇଁ ସେ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଧାୟକ ହୋଇଥିଲେ।

ତେବେ ୨୦୧୯ ମସିହାରେ ହୋଇଥିବା ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ଦେଇଥିଲେ। ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଏବେ ନୀଳଗିରି ବିଧାୟକ ଅଛନ୍ତି।

 

Related story