ମହାନଦୀ ପରେ ବ୍ରାହ୍ମଣୀକୁ ବିପଦ: ଉପର ମୁଣ୍ଡରେ ବନ୍ଧ ବାନ୍ଧୁଛି ଝାଡ଼ଖଣ୍ଡ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଧୀରେ ଧୀରେ ଘନିଭୂତ ହେବାରେ ଲାଗିଥିବା ବେଳେ ବ୍ରାହ୍ମଣୀ ନଦୀରେ ଆଗକୁ ସମାନ ପରିସ୍ଥିତି ଉପୁଜିବ। ବ୍ରାହ୍ମଣୀ ଉପର ମୁଣ୍ଡରେ ଝାଡ଼ଖଣ୍ଡ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଯୋଗୁଁ ଓଡ଼ିଶାର ଅନେକ ଜିଲ୍ଲାରେ ଜଳ ସଂକଟ ଦେଖାଦେଇ ପାରେ। ତେଣୁ ଜଳ ବଣ୍ଟନ ଚୁକ୍ତି ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡକାଯିବା ଆବଶ୍ୟକ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ। ଝାଡ଼ଖଣ୍ଡ ସରକାର ଗୁମ୍ଲାରେ […]

dilip ray

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 10:34 PM IST

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଧୀରେ ଧୀରେ ଘନିଭୂତ ହେବାରେ ଲାଗିଥିବା ବେଳେ ବ୍ରାହ୍ମଣୀ ନଦୀରେ ଆଗକୁ ସମାନ ପରିସ୍ଥିତି ଉପୁଜିବ। ବ୍ରାହ୍ମଣୀ ଉପର ମୁଣ୍ଡରେ ଝାଡ଼ଖଣ୍ଡ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଯୋଗୁଁ ଓଡ଼ିଶାର ଅନେକ ଜିଲ୍ଲାରେ ଜଳ ସଂକଟ ଦେଖାଦେଇ ପାରେ। ତେଣୁ ଜଳ ବଣ୍ଟନ ଚୁକ୍ତି ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡକାଯିବା ଆବଶ୍ୟକ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ।

ଝାଡ଼ଖଣ୍ଡ ସରକାର ଗୁମ୍ଲାରେ ୨୦୦୮ ମସିହାରେ ନିର୍ମାଣ କରିଥିବା ବ୍ୟାରେଜ ଯୋଗୁଁ ରାଉରକେଲା ଇସ୍ପାତ କାରଖାନାକୁ ଜଳ ଯୋଗାଉଥିବା ମନ୍ଦିରା ଡ୍ୟାମ୍‌ରେ ଜଳପତ୍ତନ ହ୍ରାସ ପାଇଛି। ସେହିପରି ଦକ୍ଷିଣ କୋଏଲ୍ ନଦୀରେ ଛତିଶଗଡ଼ର  ୭୧୦ ମେଗାଓ୍ୱାଟ୍ ବିଦ୍ୟୁତ ଉତ୍ପାଦନ ପାଇଁ ଏକ ବନ୍ଧ ନିର୍ମାଣ ହେଉଛି। ଫଳରେ ବ୍ରାହ୍ମଣୀରେ ଜଳ ପ୍ରବାହ କମିବ ଏବଂ ଓଡ଼ିଶାର ରେଙ୍ଗାଲି ଡ୍ୟାମ ଓ ସମଲ ବ୍ୟାରେଜ ପ୍ରଭାବିତ ହେବ ବୋଲି ଦିଲ୍ଲୀପ ରାୟ ଚିଠିରେ ଉଲ୍ଲେଖ କରିଛନ୍ତି।

Related story