‘ଚେନ୍ନାଇର ଚଷମା ଦୋକାନରୁ ପିପିଇ କିଟ୍‌ କିଣି ଦୁର୍ନୀତିର ମଞ୍ଜି ପୋତିଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଛି। କୋଭିଡ୍‌ ପରିଚାଳନା ଦୁର୍ନୀତି ଓ ଅର୍ଥ ଉପାର୍ଜନ ପାଇଁ ଏହା ରାସ୍ତା ସହଜ କରିଛି। ପଞ୍ଜାବ ଓ ହରିୟାଣାର ବିଭିନ୍ନ ଫାର୍ମରୁ ଚଢ଼ା ଦରରେ ମାସ୍କ କିଣା ହୋଇଛି କାହିଁକି? କୋଭିଡ୍ ଦୁର୍ନୀତିରେ ତାମିଲନାଡୁ ଲିଙ୍କ୍ ରହିଛି। ଯଦି ସତ୍‌ସହାସ ଅଛି, ତାହାହେଲେ 5-T ନୀତି ଅବଲମ୍ବନ କରି ରାଜ୍ୟ ସରକାର ସମସ୍ତ ଦିଗର ତଦନ୍ତ କରାନ୍ତୁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା […]

ppee

Manoranjan Sial
  • Published: Sunday, 09 August 2020
  • , Updated: 09 August 2020, 03:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଛି। କୋଭିଡ୍‌ ପରିଚାଳନା ଦୁର୍ନୀତି ଓ ଅର୍ଥ ଉପାର୍ଜନ ପାଇଁ ଏହା ରାସ୍ତା ସହଜ କରିଛି। ପଞ୍ଜାବ ଓ ହରିୟାଣାର ବିଭିନ୍ନ ଫାର୍ମରୁ ଚଢ଼ା ଦରରେ ମାସ୍କ କିଣା ହୋଇଛି କାହିଁକି? କୋଭିଡ୍ ଦୁର୍ନୀତିରେ ତାମିଲନାଡୁ ଲିଙ୍କ୍ ରହିଛି। ଯଦି ସତ୍‌ସହାସ ଅଛି, ତାହାହେଲେ 5-T ନୀତି ଅବଲମ୍ବନ କରି ରାଜ୍ୟ ସରକାର ସମସ୍ତ ଦିଗର ତଦନ୍ତ କରାନ୍ତୁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହ୍ୱାନ ଦେଇଛନ୍ତି ।

ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି,“କେଉଁ କୋଭିଡ୍ ହସ୍ପିଟାଲକୁ କେତେ ଟଙ୍କା ଦିଆଯାଇଛି, ତାକୁ ସାମ୍ନାକୁ ଆଣନ୍ତୁ। ଏଥିସହ ଆକ୍ରାନ୍ତଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ସରକାର ତାହା ସ୍ପଷ୍ଟ କରନ୍ତୁ।

ଏହାର ଜବାବରେ ବିଜେଡି କହିଛି, କେବଳ ଅଭିଯୋଗ ନୁହେଁ, ପ୍ରମାଣ ଥିଲେ ଦିଅ। ଅପରାଜିତାଙ୍କ ଅଭିଯୋଗରେ ବିଜେଡି ନେତା ଦେବୀ ପ୍ରାସାଦ ମିଶ୍ର କହିଛନ୍ତି, ଏମିତି କହିଦେଲେ ହେବନି। ଯଦି କିଛି ନିର୍ଦ୍ଦିଷ୍ଟ ପ୍ରମାଣ ଅଛି ତେବେ ଦିଅନ୍ତୁ। କୋଭିଡ୍ ସମୟରେ ଆମେ ସକାରାତ୍ମକ ହେବା ଉଚିତ୍‌। କେବଳ ଫ୍ୟାକ୍ଟ କୁହନ୍ତୁ। ଯଦି କିଛି ତଥ୍ୟ ଅଛି ତେବେ ସାମ୍ନାକୁ ଆଣନ୍ତୁ ବୋଲି ସେ କହିଛନ୍ତି।

Related story