ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ବିଜେପିରେ ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସକରୁ ରାଜନେତା ପାଲଟିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଥିବା ବେଳେ ସ୍ଥାନୀୟ ବିଜେପି ନେତାମାନେ ତାଙ୍କୁ ତୀବ୍ର ବିରୋଧ କରିଛନ୍ତ। ଏପରିକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ସାଂଗଠିନକ ସମ୍ପାଦକ ମାନସ ମହାନ୍ତିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡ଼ିଛି। ଭୁବନେଶ୍ୱର ସାଂସଦ ଭାବେ ବିଜୟୀ ହେବା ପରେ ଶ୍ରୀମତୀ ଷଡ଼ଙ୍ଗୀ ଦଳମତ ନିର୍ବିଶେଷରେ ସବୁ ବର୍ଗର […]

aparajita

Manoranjan Sial
  • Published: Wednesday, 14 August 2019
  • , Updated: 14 August 2019, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସକରୁ ରାଜନେତା ପାଲଟିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଥିବା ବେଳେ ସ୍ଥାନୀୟ ବିଜେପି ନେତାମାନେ ତାଙ୍କୁ ତୀବ୍ର ବିରୋଧ କରିଛନ୍ତ। ଏପରିକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ସାଂଗଠିନକ ସମ୍ପାଦକ ମାନସ ମହାନ୍ତିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡ଼ିଛି।

ଭୁବନେଶ୍ୱର ସାଂସଦ ଭାବେ ବିଜୟୀ ହେବା ପରେ ଶ୍ରୀମତୀ ଷଡ଼ଙ୍ଗୀ ଦଳମତ ନିର୍ବିଶେଷରେ ସବୁ ବର୍ଗର ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ କାର୍ଯ୍ୟ କରୁଥିବାବେଳେ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର କିଛି କର୍ମକର୍ତ୍ତା ତାଙ୍କର କାର୍ଯ୍ୟଶୈଳୀକୁ ବିରୋଧ କରିଛନ୍ତି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିଜ ଢଙ୍ଗରେ ନିଜର ସ୍ୱତନ୍ତ୍ର ଟିମ୍ ଗଢ଼ି ବିଭିନ୍ନ କାର୍ଯ୍ୟ କରୁଥିବାରୁ ସେମାନେ ଆପତ୍ତି ଉଠାଇଛନ୍ତି। ଭୁବନେଶ୍ୱର ଜିଲ୍ଲା ୱାର୍ଡ କମିଟି ଗଠନ ସଂଯୋଜକ ସୁଶାନ୍ତ କୁମାର ସାବତ ଅଭିଯୋଗ କରିଛନ୍ତି ଯେ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଜୁନ୍ ୧୩ ତାରିଖରେ ଏକ ମିଳିତ ବୈଠକରେ ଶ୍ରୀମତୀ ଷଡ଼ଙ୍ଗୀ ଓ ଭୁବନେଶ୍ୱର ଜିଲ୍ଲା କୋର କମିଟି ସଦସ୍ୟମାନେ ସହମତ ହୋଇଥିଲେ। କିନ୍ତୁ ସେ କିଛି ଅପରାଧିକ ବ୍ୟକ୍ତିଙ୍କୁ ସଂଗଠନରେ ସାମିଲ କରିବା ସହ ନିଜ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଦ୍ୱାରା ଏବେ ସଂଗଠନ ପରିଚାଳନା କରୁଛନ୍ତି।

ଜିଲ୍ଲା ଓ ମଣ୍ଡଳ ସଂଗଠନକୁ ପଦାଘାତ କରି ସେ ଜୁନ୍ ୨୯ତାରିଖରେ ଭୁବନେଶ୍ୱର ଉତ୍ତର ନିର୍ବାଚମଣ୍ଡଳୀରେ ଏକ କର୍ମୀ ସମ୍ମିଳନୀ କରିଥିଲେ। ତାଙ୍କର ଏଭଳି ଆଚରଣକୁ ବିରୋଧ କରିବା ସହ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ମହାନ୍ତି, ଜିଲ୍ଲାର ୩ଜଣ ସାଧାରଣ ସମ୍ପାଦକ, ଜିଲ୍ଲା ଉପସଭାପତି, ସମସ୍ତ ମଣ୍ଡଳ ସଭାପତି ମିଳିତ ଭାବେ ଦାବି କରିଛନ୍ତି। ତେବେ ଜୁନ୍ ୨୯ତାରିଖର କର୍ମୀ ସମ୍ମିଳନୀକୁ ଦେଢ଼ ମାସ ପୂରିବାକୁ ବସିଥିବାବେଳେ ଭୁବନେଶ୍ୱର ଜିଲ୍ଲା ୟୁନିଟର ଦଳୀୟ କର୍ମକର୍ତ୍ତାମାନେ କାହିଁକି ହଠାତ ଏଭଳି ବିରୋଧ ପ୍ରକଟ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

Related story