‘ମୁଖ୍ୟମନ୍ତ୍ରୀ ନିଷ୍ଠୁର ହୃଦୟର ପରିଚୟ ଦେଇଛନ୍ତି’

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଦିବଙ୍ଗତ ବିଜେପି ବିଧାୟକ ମଦନ ମୋହନ ଦତ୍ତ ଓରଫ ମଙ୍ଗୁଭାଇଙ୍କ ଉଦ୍ଦେଶ୍ୟରେ କେତେକ ବିଜେଡି ନେତା ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏପରି ଅପମାନକୁ ନେଇ ମୁଖ୍ୟମନ୍ତ୍ରୀ ନୀରବ କାହିଁକି? ଏହା ତାଙ୍କ ନିଷ୍ଠୁର ହୃଦୟର ପରିଚୟ ଦେଇଛି। ବାଲେଶ୍ୱର ଉପନିର୍ବାଚନ ପ୍ରଚାରରେ ଆସି ଏପରି ଢଙ୍ଗରେ ଆଜି ରାଜ୍ୟ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି-“ଆମ […]

balasore

Manoranjan Sial
  • Published: Friday, 30 October 2020
  • , Updated: 30 October 2020, 06:08 PM IST

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଦିବଙ୍ଗତ ବିଜେପି ବିଧାୟକ ମଦନ ମୋହନ ଦତ୍ତ ଓରଫ ମଙ୍ଗୁଭାଇଙ୍କ ଉଦ୍ଦେଶ୍ୟରେ କେତେକ ବିଜେଡି ନେତା ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏପରି ଅପମାନକୁ ନେଇ ମୁଖ୍ୟମନ୍ତ୍ରୀ ନୀରବ କାହିଁକି? ଏହା ତାଙ୍କ ନିଷ୍ଠୁର ହୃଦୟର ପରିଚୟ ଦେଇଛି। ବାଲେଶ୍ୱର ଉପନିର୍ବାଚନ ପ୍ରଚାରରେ ଆସି ଏପରି ଢଙ୍ଗରେ ଆଜି ରାଜ୍ୟ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ।

ସେ କହିଛନ୍ତି-“ଆମ ସଂସ୍କୃତି ଆମକୁ ଶିକ୍ଷା ଦେଇଛି, ଦିବଙ୍ଗତ ଆତ୍ମାକୁ ସର୍ବଦା ସମ୍ମାନ କରିବା। ସିଏ ଭାଇ ହୁଅନ୍ତୁ କି ଭଗାରୀ, ଶତ୍ରୁ ହୁଅନ୍ତୁ କି ମିତ୍ର, ଜଣା ହୁଅନ୍ତୁ କି ଅଜଣା ବ୍ୟକ୍ତି। କୌଣସି ଶବାଧାରକୁ ଦେଖିଲେ ଆମେ ନତ ମସ୍ତକ ହୋଇଯାଉ। ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ କାମନା କରୁ। ସେହିଭଳି ଏକ ସଂସ୍କୃତ ସମ୍ପନ୍ନ ଜିଲ୍ଲାରେ ମଙ୍ଗୁଭାଇଙ୍କ ଭଳି ଏକ ଜନଦରଦୀ ବିଧାୟକଙ୍କ ମୃତ୍ୟୁକୁ ବିଜେଡିର ନେତା ମନ୍ତ୍ରୀ ଯେଉଁଭଳି ହୀନ କଟାକ୍ଷ କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ। ବାଲେଶ୍ୱରର ଜ୍ଞାନୀ ଗୁଣୀ ଲୋକେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ଏ ବିଷୟରେ କଣ ଆଭିମୁଖ୍ୟ ରଖୁଛନ୍ତି? କିନ୍ତୁ ଗତକାଲିର ଭର୍ଚୁଆଲ୍‌ ରାଲିରେ ଏ ବାବଦରେ ସେ ପଦୁଟିଏ କହିଲେନି। ତାଙ୍କ ନୀରବତା ସମସ୍ତଙ୍କୁ ହତଚକିତ କରିବା ସହିତ ଗଭୀର ଆଘାତ ଦେଇଛି।”

ସେ ଆହୁରି କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ ନୀରବତା ତାଙ୍କ ନିଷ୍ଠୁର ହୃଦୟର ପରିଚୟ ଦେଇଛି। ଏକ ଉପନିର୍ବାଚନ, ଯାହାର ଜୟ ପରାଜୟରେ କୌଣସି ପ୍ରକାର ରାଜନୈତିକ ପରିବର୍ତ୍ତନ ହେବନାହିଁ, ତାକୁ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ କେତେ ତଳକୁ ଖସି ପାରନ୍ତି ତାହା ସ୍ପଷ୍ଟ ବାରିହେଉଛି।”

Related story