ପିଏମ-ଆବାସ ଅନିୟମିତତା ବିରୁଦ୍ଧରେ କେନ୍ଦ୍ରମନ୍ତ୍ରୀଙ୍କୁ ଫେରାଦ ହେଲେ ବିଜେପି ସାଂସଦ ଓ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଓଡ଼ିଶାର ବିଜେପି ସାଂସଦ ଓ ବିଧାୟକଙ୍କ ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ତଥ୍ୟପ୍ରମାଣ ସହ ଅଭିଯୋଗ କରିଛି। ରାଜ୍ୟର ଅନେକ ପଞ୍ଚାୟତରେ ହୋଇଥିବା ଅନିୟମିତତାର ତଥ୍ୟ ପ୍ରମାଣ ସହ ବିଜେପି ସାଂସଦ, ବିରୋଧି ଦଳ ନେତା ଏବଂ ବିଧାୟକମାନେ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଅବଗତ କରାଇଛନ୍ତି। ବିଜେପି ସାଂସଦ ଓ ବିଧାୟକମାନେ […]

narendra-singh-tomar

Manoranjan Sial
  • Published: Thursday, 05 March 2020
  • , Updated: 05 March 2020, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଓଡ଼ିଶାର ବିଜେପି ସାଂସଦ ଓ ବିଧାୟକଙ୍କ ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ତଥ୍ୟପ୍ରମାଣ ସହ ଅଭିଯୋଗ କରିଛି। ରାଜ୍ୟର ଅନେକ ପଞ୍ଚାୟତରେ ହୋଇଥିବା ଅନିୟମିତତାର ତଥ୍ୟ ପ୍ରମାଣ ସହ ବିଜେପି ସାଂସଦ, ବିରୋଧି ଦଳ ନେତା ଏବଂ ବିଧାୟକମାନେ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଅବଗତ କରାଇଛନ୍ତି।

ବିଜେପି ସାଂସଦ ଓ ବିଧାୟକମାନେ କରିଥିବା ଲିଖିତ ଅଭିଯୋଗ ଅନୁସାରେ, ୨୦୨୨ ସୁଦ୍ଧା ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଓ ସେହି ଅନୁଯାୟୀ ଅର୍ଥ ବ୍ୟୟବରାଦ କରୁଛନ୍ତି। କିନ୍ତୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶାସକ ଦଳର ପ୍ରରୋଚନାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି। ଲୋକମାନଙ୍କୁ ଯୋଗ୍ୟ ବୋଲି ଦର୍ଶାଇ ସେମାନଙ୍କ ନାଁ ସେହି ହିତାଧିକାରୀ ତାଲିକାରେ ସାମିଲ ଯାଇଥିଲା। ଏପରିକି ଫନି ବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିବା ପାଇଁ ସକ୍ଷମ ହେଲେ ନାହିଁ । ଅନ୍ୟ ରାଜ୍ୟମାନଙ୍କରେ ପିଏମୱାଇରେ ଘର ନିର୍ମାଣ କରି କେନ୍ଦ୍ର ସରକାରଙ୍କୁ ବିନିଯୋଗ ପ୍ରମାଣପତ୍ର ଦେଇସାରିଥିବା ସମୟରେ ରାଜ୍ୟସରକାର ହିତାଧିକାରୀଙ୍କୁ ଚିହ୍ନଟ ପ୍ରକିୟାରେ ଅନିୟମିତତା କରି ଗରିବ ଓଡ଼ିଆ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରୁଛନ୍ତି। ଶାସକ ବିଜେଡି ଦଳୀୟ ଭିତିରେ ହିତାଧିକାରୀ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରୁଛି । ରାଜ୍ୟରେ ୧୨.୮୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୦ ଲକ୍ଷ ତଥା ୮୫ ପ୍ରତିଶତ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ। ଏହି ତଥ୍ୟରୁ ପ୍ରମାଣିତ ହେଉଛି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ନାହିଁ। ପୁରୀ, କଟକ,ଖୋର୍ଦ୍ଧା, କେଉଁଝର ଏବଂ ଯାଜପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅଯୋଗ୍ୟ ହିତାଧିକାରି ତାଲିକା ଓ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରି ତାଲିକାର ତଥ୍ୟ ପ୍ରମାଣ ଶ୍ରୀ ସିଂହଙ୍କୁ ପ୍ରଦାନ କରାଯାଇଛି।

ଆଜି ପଂଚାୟତରାଜ ଦିବସ ଏବଂ ବିଜୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସରକାର ୨୦ ଲକ୍ଷ ଲୋକଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ବାଂଟିବେ। ଏହି ପକ୍କାଘର ଯୋଗ୍ୟତା କାର୍ଡ ବିଜେଡି ନେତାମାନେ ବାଂଟିବେ। ଏକ ସରକାରୀ ଯୋଜନାର ହିତାଧିକାରି ତାଲିକା ସରକାର ପ୍ରସ୍ତୁତ କରିନଥିବାବେଳେ ବିଜେଡି କିପରି ଯୋଗ୍ୟତା କାର୍ଡ ବାଂଟିପାରିବ ବୋଲି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର ଓଡ଼ିଶାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କାଟିବା ସହ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ନିରପେକ୍ଷ ତଦନ୍ତ ମାଧ୍ୟମରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ନାଁକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ବିଜେପି ରାଜ୍ୟ ସାଂସଦ ଏବଂ ବିଧାୟକମାନେ ଦାବି କରିଛନ୍ତି।

Related story