ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ୧୨ ଘଣ୍ଟିଆ ବଣାଇ ବନ୍ଦ

ବଣାଇ (ଓଡ଼ିଶା ରିପୋର୍ଟର): ବଣାଇ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବଣାଇ ବନ୍ଦ ପାଳନ କରୁଛି ବିଜେପି। ବିଜେପି କର୍ମୀମାନେ ଏନ୍ଏଚ୍ ୧୪୩ ଏବଂ ୨୧୫କୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି। ଏହାସହ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି। ବନ୍ଦ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବଣାଇ ବ୍ଲକକୁ ସମ୍ପୂର୍ଣ୍ଣ […]

566676544

Tapaswini Nayak
  • Published: Monday, 12 November 2018
  • , Updated: 12 November 2018, 01:17 PM IST

ବଣାଇ (ଓଡ଼ିଶା ରିପୋର୍ଟର): ବଣାଇ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବଣାଇ ବନ୍ଦ ପାଳନ କରୁଛି ବିଜେପି। ବିଜେପି କର୍ମୀମାନେ ଏନ୍ଏଚ୍ ୧୪୩ ଏବଂ ୨୧୫କୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି।

ଏହାସହ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି।

ବନ୍ଦ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ବଣାଇ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା, ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ତ୍ୱରାନ୍ୱିତ ଭଳି ୬ଟି ଦାବି ନେଇ ବନ୍ଦ ଡାକରା ଦି‌ଆଯାଇଛି।

Related story