ବଗଲା ଧର୍ମଶାଳା ଜମି ବିକ୍ରି ପ୍ରତିବାଦରେ ବିଜେପିର ପଦଯାତ୍ରା

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରତିବାଦରେ ବିଜେପିର ପଦଯାତ୍ରା। ଜମି ଫେରାଇ ଆଣିବା ଦାବିରେ ପୁରୀରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି ବିଜେପି ନେତା ଓ କର୍ମୀ। ପଦଯାତ୍ରା ପୂର୍ବରୁ ଆଜି ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଓ ଗୋପବନ୍ଧୁଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇଥିଲା। ଗରିବ ତୀର୍ଥଯାତ୍ରୀ ଓ ଦର୍ଶନାର୍ଥୀଙ୍କ ରହିଣୀସ୍ଥଳ ବଗଲା ଧର୍ମଶାଳା ଜମି ବିକ୍ରି ବାତିଲ କରିବାକୁ ମୁଖ୍ୟମନ୍ତ୍ରଙ୍କ ନିକଟରେ ଦାବି କରାଯିବ ବୋଲି ଦଳ ପକ୍ଷରୁ […]

bjp

Manoranjan Sial
  • Published: Wednesday, 14 October 2020
  • , Updated: 14 October 2020, 08:36 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରତିବାଦରେ ବିଜେପିର ପଦଯାତ୍ରା। ଜମି ଫେରାଇ ଆଣିବା ଦାବିରେ ପୁରୀରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି ବିଜେପି ନେତା ଓ କର୍ମୀ। ପଦଯାତ୍ରା ପୂର୍ବରୁ ଆଜି ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଓ ଗୋପବନ୍ଧୁଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇଥିଲା। ଗରିବ ତୀର୍ଥଯାତ୍ରୀ ଓ ଦର୍ଶନାର୍ଥୀଙ୍କ ରହିଣୀସ୍ଥଳ ବଗଲା ଧର୍ମଶାଳା ଜମି ବିକ୍ରି ବାତିଲ କରିବାକୁ ମୁଖ୍ୟମନ୍ତ୍ରଙ୍କ ନିକଟରେ ଦାବି କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ତା’ସହ ଏ ନେଇ ପୂର୍ବରୁ ଯେଉଁ ଦସ୍ତଖତ ଅଭିଯାନ ହୋଇଥିଲା। ତାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ।

ବିଜେପି କହିଛି, ବଗଲା ଜମିର ରେକର୍ଡ ସଂଶୋଧନ, ମାଲିକାନା ପରିବର୍ତ୍ତନ ଓ ୬ ଜଣ ଲଜିଂ ମାଲିକଙ୍କୁ ପଟ୍ଟା ଦିଆଯିବା ସଂପୂର୍ଣ୍ଣ ବେଆଇନ ଜମି ରେକର୍ଡ ସଂଶୋଧନ ନିର୍ଦ୍ଦେଶ ଦେବା କ୍ଷମତା ଜିଲ୍ଲାପାଳଙ୍କର ନାହିଁ। ପ୍ରସାଦ ଯୋଜାନରେ ଧର୍ମଶାଳା ପୁନଃ ନିର୍ମାଣ ଓ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କରିବାକୁ ଦାବି କରିଛି ବିଜେପି।

ତେବେ ଏ ନେଇ ବିଜେଡି କିମ୍ବା ପୁରୀ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ।

Related story