‘ବାବୁଲି ନାୟକର ପଲିଗ୍ରାଫ ଟେଷ୍ଟ କାହିଁକି ହୋଇନି, ମନଗଢ଼ା କାହାଣୀ କହୁଛି ଏସ୍ଆଇଟି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଏସ୍ଆଇଟି ତଦନ୍ତକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପରୀ ହତ୍ୟା ଘଟଣାରେ ଏସ୍‌ଆଇଟି ଯାହା ତଦନ୍ତ କରୁଛି, ତାହା ବିଶ୍ୱାସଯୋଗ୍ୟ ନୁହେଁ। ମନଗଢ଼ା କାହାଣୀ କହୁଛି ଏସ୍ଆଇଟି । ଆଗରୁ ଆମର ଏପରି ସନ୍ଦେହ ହୋଇଥିଲା, ଏବେ ତାହା ସତ ହୋଇଛି । ବିରୋଧୀ ଦଳ ନେତା କହିଛନ୍ତି, ଅଙ୍ଗ ତସ୍କରିକୁ ଲୁଚାଇବା […]

pradipta

Niharika Rout
  • Published: Wednesday, 23 December 2020
  • , Updated: 23 December 2020, 02:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଏସ୍ଆଇଟି ତଦନ୍ତକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପରୀ ହତ୍ୟା ଘଟଣାରେ ଏସ୍‌ଆଇଟି ଯାହା ତଦନ୍ତ କରୁଛି, ତାହା ବିଶ୍ୱାସଯୋଗ୍ୟ ନୁହେଁ। ମନଗଢ଼ା କାହାଣୀ କହୁଛି ଏସ୍ଆଇଟି । ଆଗରୁ ଆମର ଏପରି ସନ୍ଦେହ ହୋଇଥିଲା, ଏବେ ତାହା ସତ ହୋଇଛି ।

ବିରୋଧୀ ଦଳ ନେତା କହିଛନ୍ତି, ଅଙ୍ଗ ତସ୍କରିକୁ ଲୁଚାଇବା ପାଇଁ ମନଗ‍ଢ଼ା କାହାଣୀ କହୁଛି ଏସ୍‌ଆଇଟି। ଯେଉଁ ଯେଉଁ ପ୍ରମାଣ ସବୁ ଏସ୍‌ଆଇଟି ମୁଖ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି, ସେଥିରୁ ଗୋଟିଏ ବି ବିଶ୍ୱାସଯୋଗ୍ୟ କିମ୍ବା ଯୁକ୍ତି ଆଧାରିତ ନୁହେଁ।

ଏଥିସହ ସେ ପ୍ରଶ୍ନ କରିଛନ୍ତି, ସରୋଜ ସେଠୀ କ’ଣ ଏତେ କ୍ଷମତାଶୀଳ,  ନୟାଗଡ଼ ପୁଲିସ୍‌  ତାଙ୍କୁ ୪ ମାସ କାଳ ସୁରକ୍ଷା ଦେଇ ଗିରଫ କରୁ ନ ଥିଲା। ଯଦି କେମିକାଲ ଲାଗି  ନ ଥିଲା ତା’ ହେଲେ ମୃତ ଶରୀରରୁ ୯ ଦିନ ପରେ କିପରି ଗନ୍ଧ ବାହାରୁ ନ ଥିଲା ତାହା ଏକ ବଡ଼ ପ୍ରଶ୍ନ।

ମୃତ ଶରୀରର ଅନ୍ୟ ସବୁ ଅଙ୍ଗ କୁଆଡ଼େ ଗଲା ? ମୃତ ଶରୀରରେ କେମିକାଲ କାହିଁକି ଲଗାଯାଇଥିଲା?  ଲଗାଯାଇଥିବା କେମିକାଲ କେବଳ ଡାକ୍ତରଖାନାରେ ମିଳେ। ତା’ ହେଲେ ସରୋଜ କେଉଁଠୁ କେମିକାଲ ଆଣିଲା? ତାକୁ କିଏ କେମିକାଲ ଦେଲା? ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ମୁଁ ଆଉ ଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି।

ଅପରପକ୍ଷେ ଯଦି ଦୁଷ୍କର୍ମ ହୋଇଥିଲା ନୟାଗଡ଼ ପୁଲିସ୍‌ ଘଟଣାର ୫ ମାସ ମଧ୍ୟରେ କିପରି ଜାଣିପାରିଲାନି। ଡଗ୍‌ ସ୍କ୍ୱାର୍ଡ କିପରି ଜାଣିପାରିଲାନି। ଏକ ରାଜନୈତିକ ଦଳର ଛବିକୁ ବଞ୍ଚାଇବାକୁ ଅଙ୍ଗତସ୍କରି ଭଳି ଭୟଙ୍କର ଅମାନବୀୟ ଅପରାଧର ଅପରାଧିଙ୍କୁ ସରକାର ବର୍ତ୍ତମାନ ଏସ୍‌ଆଇଟି ମାଧ୍ୟମରେ ଖସାଇ ଦେବା ପାଇଁ ଯାଉଛନ୍ତି ବୋଲି କହିଛନ୍ତି ପ୍ରଦୀପ।

ଏହାବ୍ୟତୀତ ଯେଉଁ ଗୁଗୁଲ ହିଷ୍ଟ୍ରି, ନଡ଼ିଆ ବାହୁଙ୍ଗା କଥା ଏସ୍‌ଆଇଟି ମୁଖ୍ୟ କହୁଛନ୍ତି, ସେ ନେଇ କୌଣସି ରିପୋର୍ଟ ତାଙ୍କ ପାଖରେ ନାହିଁ। ଗୁଗୁଲ ହିଷ୍ଟ୍ରି ଡିଲିଟର ରିପୋର୍ଟ ଏସ୍‌ଆଇଟି ପାଖରେ ନାହିଁ। ନଡ଼ିଆ ବାହୁଙ୍ଗାର ଡିଏନଏ ରିପୋର୍ଟ ମଧ୍ୟ ହସ୍ତଗତ ହୋଇନାହିଁ।

ପଲିଗ୍ରାଫି ଟେଷ୍ଟ ନିର୍ବିବାଦୀୟ ନୁହେଁ। ସରୋଜ ପୂର୍ବରୁ ଅଭିଯୋଗ କରିଥିଲା କି ଏସ୍‌ଆଇଟି ମୁଖ୍ୟ ତାକୁ ଦୋଷ ସ୍ୱୀକାର କରିବାକୁ ୫ ଲକ୍ଷ ଟଙ୍କା ଯାଚୁଥିଲେ।  ଅଭିଯୋଗ ଥିବା ବାବୁଲି ନାୟକର ପଲିଗ୍ରାଫ ଟେଷ୍ଟ କାହିଁକି କରାଗଲା ନାହିଁ।

ପରୀର ବାପାମା’ଙ୍କୁ ପୁଲିସ୍‌ କାହିଁକି ୫ ଲକ୍ଷ ଟଙ୍କା ନେଇ ପରୀର ବଡ଼ ବାପା ଓ ବଡ଼ମା’ ମାରିଛନ୍ତି ବୋଲି ବୟାନ ଦେବା ପାଇଁ ଚାପ ପକାଉଥିଲେ।

ଏପରି ସ୍ଥିତିରେ ଏସ୍‌ଆଇଟି ତଦନ୍ତର ପକ୍ଷପାତିତା ଓ ଅନିୟମିତତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି କହିଛନ୍ତି ପ୍ରଦୀପ  ।

Related story