‘ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱ ଓଡ଼ିଆ ଜାତିକୁ ମୋଦିଙ୍କ ସର୍ବଶ୍ରେଷ୍ଠ ପୁରସ୍କାର ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଦିଙ୍କ ୮ ବର୍ଷର ଶାସନରେ ଓଡ଼ିଶାକୁ ବାରମ୍ବାର ସମ୍ମାନିତ କରାଯାଇଛି । ଏବେ ଜଣେ ଓଡ଼ିଆ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମୋଦି ସରକାର ଓଡ଼ିଶାକୁ ଭଲ ପାଇବାର ଶ୍ରେଷ୍ଠ ଉଦାହରଣ ଛାଡ଼ିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏନେଇ ସେ କହିଛନ୍ତି, ଏହା ଓଡ଼ିଆ ଜାତିକୁ  ସର୍ବଶ୍ରେଷ୍ଠ ପୁରସ୍କାର କହିଲେ […]

dropadi murmu

Niharika Rout
  • Published: Wednesday, 22 June 2022
  • , Updated: 22 June 2022, 05:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଦିଙ୍କ ୮ ବର୍ଷର ଶାସନରେ ଓଡ଼ିଶାକୁ ବାରମ୍ବାର ସମ୍ମାନିତ କରାଯାଇଛି । ଏବେ ଜଣେ ଓଡ଼ିଆ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମୋଦି ସରକାର ଓଡ଼ିଶାକୁ ଭଲ ପାଇବାର ଶ୍ରେଷ୍ଠ ଉଦାହରଣ ଛାଡ଼ିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏନେଇ ସେ କହିଛନ୍ତି, ଏହା ଓଡ଼ିଆ ଜାତିକୁ  ସର୍ବଶ୍ରେଷ୍ଠ ପୁରସ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ । ମୋଦିଙ୍କ ଏହି ଐତିହାସିକ ନିଷ୍ପତ୍ତି ଦେଶବାସୀଙ୍କୁ  ଅନେକ ବାର୍ତ୍ତା ଦେଉଛି । ସାଢେ ୪ କୋଟି ଓଡ଼ିଆଙ୍କୁ ଏହା ଗୌରବାନ୍ୱିତ କରିଛି। ପୂର୍ବ ଭାରତର ପୂର୍ବଦୋୟର ପ୍ରବେଶ ପଥ ଓଡ଼ିଶା ବୋଲି ଏହି ନିଷ୍ପତ୍ତି ପ୍ରମାଣିତ କରିଛି।

ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର କୁସୁମୀ ବ୍ଲକର ଏକ ଗାଁର ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ବହୁ ସଂଘର୍ଷ ଲଢ଼ିଛନ୍ତି। ବହୁ ଝଡ଼ଝଞ୍ଜାକୁ ପ୍ରତିହତ କରିଛନ୍ତି ।   ବହୁ ସଂଗ୍ରାମ କରି ଜୀବନ ପରୀକ୍ଷାରେ ଉତୀର୍ଣ୍ଣ  ପରେ ଉତୀର୍ଣ୍ଣ ହୋଇଛନ୍ତି। ତାଙ୍କୁ ଆଜି ଯେଉଁ ସୁଯୋଗ ମିଳିଛି, ତାହା କଳ୍ପନା ବାହାରେ ।  ତାଙ୍କୁ ପ୍ରଥମ ନାଗରିକ ଭାବେ ରାଷ୍ଟ୍ରପତି ପଦରେ ବସାଇବାର ମୋଦିଙ୍କ ଏହି ନିଷ୍ପତ୍ତି ସାଧାରଣ ପରିବାରର ଉତଥାନ କଥାର ବାର୍ତ୍ତା ଦେଉଛି।

ଗତ ୮ ବର୍ଷରେ ବହୁ ଓଡ଼ିଆଙ୍କୁ ସମ୍ମାନିତ କରିଛନ୍ତି ମୋଦି। ପ୍ରଥମ ପାଳିରେ ଜଣେ ସାଂସଦ ଥାଇ ଓଡ଼ିଶାରୁ ୨ କେନ୍ଦ୍ରମନ୍ତ୍ରୀ ହୋଇଥିଲେ  । ଏବେ ଓଡ଼ିଶାରୁ ୩ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଛି। ରାଜ୍ୟସଭାକୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ମନୋନୀତ ସଭ୍ୟ ଭାବେ ପଠାଇଥିଲେ।  ଏହାବାଦ ରଙ୍ଗବତୀର ଲେଖକଠୁ ଆରମ୍ଭ କରି ଷ୍ଟୋନମ୍ୟାନ, ହଳଧର ନାୟକଠୁ ଆରମ୍ଭ କରି ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ଓଡ଼ିଆ ପର୍ବପର୍ବାଣୀକୁ ମାନ୍ୟତା ଦେଇଛନ୍ତି। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ସମୀର ମହାନ୍ତି ।

Related story