ଜୋର ଧରିଲା ଆଇନ ମନ୍ତ୍ରୀଙ୍କ ଗିରଫ ଦାବି, ଡିଜିପି ଅଫିସ ଘେରିଲା ବିଜେପି

କଟକ(ଓଡ଼ିଶା ରିପୋର୍ଟର): ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ   ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି । ରାଜ୍ୟର ବିଭିନ୍ନ ଥାନା ଓ ଏସ୍‌ପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ । ଏକ ଶୋଭାଯାତ୍ରାରେ ବାହାରି ବିଜେପି ନେତା ଓ କର୍ମୀମାନେ ଡିଜିପି ଅଫିସକୁ ଯାଇଥିଲେ । ମାତା ମଠରୁ ବାହାରି […]

kkkkk

Niharika Rout
  • Published: Friday, 08 January 2021
  • , Updated: 08 January 2021, 02:41 PM IST

କଟକ(ଓଡ଼ିଶା ରିପୋର୍ଟର): ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ   ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି । ରାଜ୍ୟର ବିଭିନ୍ନ ଥାନା ଓ ଏସ୍‌ପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ ।

ଏକ ଶୋଭାଯାତ୍ରାରେ ବାହାରି ବିଜେପି ନେତା ଓ କର୍ମୀମାନେ ଡିଜିପି ଅଫିସକୁ ଯାଇଥିଲେ । ମାତା ମଠରୁ ବାହାରି ଏହି ଶୋଭାଯାତ୍ରାରେ ଡିଜିପି ଅଫିସଠାରେ ପହଞ୍ଚିଥିଲା । ମନ୍ତ୍ରିମଣ୍ଡଳରୁ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବି କରୁଛି ବିଜେିପି।  ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ବି ମନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଦଳ ପ୍ରଶ୍ନ କରିଛି ।

ଘଟଣାରେ ପୁଲିସ୍‌ ଏଯାଏ ମୋଟ ୭ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିପାରିନାହିଁ । ଏପଟେ ବିଜେପିର ଆନ୍ଦୋଳନ ପାଇଁ ଡିଜିପି ଅଫିସରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବିଜେପି ଟିମ୍ ସହ ଗତକାଲି ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯାଇଥିଲେ। ସେଠାରେ ବିଜେପି ଟିମ୍‌ ମୃତକଙ୍କ ପରିବାରକୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ।

ପୁରନ୍ଦେଶ୍ୱରୀ  କହିଥିଲେ, ଏହି ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ନେଇ ମୃତ କୁଳମଣି ବରାଳଙ୍କ ପୁଅ ବୟାନ ଦେଇଥିଲେ। ଏଫ୍‌ଆଇରରେ ମଧ୍ୟ ପ୍ରତାପ ଜେନାଙ୍କ ନାଁ ରହିଛି । ଏହାସତ୍ତ୍ୱେ ତାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ, ବିଜେପି ନେତା କୁଳମଣି ବରାଳ ହତ୍ୟା ମାମଲାରେ ତାଙ୍କ ପୁଅ ୧୩ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଏଫଆଇଆରରେ ନାଁ ଥିବା ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଓ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ।

Related story