ଜୟନାରାୟଣଙ୍କ ପାଇଁ ଅଣ୍ଟା ଭିଡ଼ିଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡରେ ଫସିଲେ ବିଜେପି ନେତା ଜୟନାରାୟଣ ମିଶ୍ର। ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଜୟନାରାୟଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ। ତା’ସହ ତାଙ୍କ ବିରୋଧରେ ପୋଲିସ ଲଗାଇଛି ହତ୍ୟା ସହ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ସଂଗୀନ ଦଫା। ଏହା ପରେ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ବନାବିରାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ଓ ତାଙ୍କ ସହଯୋଗୀଙ୍କ ଆକ୍ରମଣ ପଛରେ […]

bjp protest in bbsr today

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 08:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡରେ ଫସିଲେ ବିଜେପି ନେତା ଜୟନାରାୟଣ ମିଶ୍ର। ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଜୟନାରାୟଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ। ତା’ସହ ତାଙ୍କ ବିରୋଧରେ ପୋଲିସ ଲଗାଇଛି ହତ୍ୟା ସହ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ସଂଗୀନ ଦଫା। ଏହା ପରେ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି।

ବନାବିରାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ଓ ତାଙ୍କ ସହଯୋଗୀଙ୍କ ଆକ୍ରମଣ ପଛରେ ଜୟନାରାୟଣଙ୍କ ସଂପୃକ୍ତି ନାହିଁ। ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ଏହି ଗିରଫଦାରୀ ପ୍ରତିବାଦରେ ଆଜିଠୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆରମ୍ଭ କରିଛି ବିଜେପି। ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ ଆଗରେ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆସନ୍ତାକାଲିଠାରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ଡିଏସ୍‌ପିଙ୍କ ଅଫିସ ଓ ସମସ୍ତ ଥାନା ଆଗରେ ସତ୍ୟାଗ୍ରହ କରାଯିବ ବିଜେଡି।

ବିଜେପୁର ଉପନିର୍ବାଚନ ପୂର୍ବରୁ ଅର୍ଥାତ୍ ଫେବ୍ରୁୟାରୀ ୨୨ ରାତିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ସୋହେଲାର ବନାବିରାଠାରେ ସୁବ୍ରତଙ୍କ ସମେତ ୩ ଜଣଙ୍କୁ ଆକ୍ରମଣ କରାଯାଇଥିଲା। ଏହି ସମୟରେ ଦିଲେଶ୍ୱର ସାହୁ ନାମକ ଜଣେ ବିଜେଡି କର୍ମୀଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୂର୍ବରୁ ପୋଲିସ ୭ଜଣଙ୍କୁ ଗିରଫ କରିଥିଲା।

Related story