ବିଜେପି ନେତାଙ୍କ ଅହୋରାତ୍ର ଧାରଣା ଆରମ୍ଭ, କହିଲେ-କଦର୍ଯ୍ୟ ମାନସିକତା ବରଦାସ୍ତ ହେବନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପୁଲିସ୍‌ ଭୂମିକା ସନ୍ଦେହ ଘେରରେ ଥିବା ଅଭିଯୋଗରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ବିଜେପିର ଶତାଧିକ ନେତା ଓ କର୍ମୀ ଆଜିଠୁ ପୁଲିସ କମିଶନରଙ୍କ ଅଫିସ ସାମ୍ନାରେ ଅହୋରାତ୍ର ଧାରଣାରେ ବସିଛନ୍ତି।  ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ଅହୋରାତ୍ର ଧାରଣା ଆସନ୍ତାକାଲି ସକାଳ ୧୦ଟା ଯାଏଁ ଚାଲିବ । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ତଦନ୍ତ କରିବାକୁ ଦାବି ବିଜେପି […]

bjp

  • Published: Saturday, 22 October 2022
  • , Updated: 22 October 2022, 02:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପୁଲିସ୍‌ ଭୂମିକା ସନ୍ଦେହ ଘେରରେ ଥିବା ଅଭିଯୋଗରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ବିଜେପିର ଶତାଧିକ ନେତା ଓ କର୍ମୀ ଆଜିଠୁ ପୁଲିସ କମିଶନରଙ୍କ ଅଫିସ ସାମ୍ନାରେ ଅହୋରାତ୍ର ଧାରଣାରେ ବସିଛନ୍ତି।  ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ଅହୋରାତ୍ର ଧାରଣା ଆସନ୍ତାକାଲି ସକାଳ ୧୦ଟା ଯାଏଁ ଚାଲିବ ।

ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ତଦନ୍ତ କରିବାକୁ ଦାବି ବିଜେପି । କେବଳ ଅର୍ଚ୍ଚନା ମାମଲା ନୁହେଁ , ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ବି ସମୀର ଦାଶଙ୍କୁ ଜେରା ପାଇଁ ଦାବି କରିଛି ବିଜେପି । ଏହି ଦୁଇଟି ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ୪୮ ଘଣ୍ଟା ଭିତରେ ତଦନ୍ତ ନ ହେଲେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି ବିଜେପି । ତେବେ ବିଜେଡ଼ି କହିଛି, ଆଇନ ତା ବାଟରେ ଯିବ ।

ଏନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, , ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କର ହାତ ରହିଛି। ଉଭୟ ମଧ୍ୟରେ ଟଙ୍କା ନେଣଦେଣର ସୂଚନା ମିଳିଥିବା ବେଳେ ଯୌନ କେଳେଙ୍କାରୀ କଥା ବି ରହିଛି। ଏହା ଆତ୍ମହତ୍ୟା ନୁହେଁ, ଏକ ପରିକଳ୍ପିତ ହତ୍ୟାକାଣ୍ଡ।  ମାତ୍ର ପୁଲିସ୍‌ ଏହି ତଦନ୍ତକୁ ଲୁଚାଉଛି, ବାଟବଣା କରୁଛି। ଏଯାଏ ପୁଲିସ୍‌ ଶିକ୍ଷ ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ନେଉନି। ଏଭଳି କଦର୍ଯ୍ୟ ମାନସିକତାକୁ ବରଦାସ୍ତ କରାଯିବନି। ଆସନ୍ତା ୪୮ ଘଣ୍ଟାରେ ପୁଲିସ୍‌ ଶିକ୍ଷା ମନ୍ତ୍ରୀଙ୍କୁ ଜେରା ନ କଲେ ତଥା ତାଙ୍କ ସହ ଲିଙ୍କରେ ଥିବା ସମସ୍ତ ତଥ୍ୟ ବାହାରେ ପ୍ରଘଟ ନ କଲେ ଲମ୍ବା ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ।

[caption id="attachment_775719" align="aligncenter" width="650"] ଧାରଣାରତ ବିଜେପି କର୍ମୀ ।[/caption]

ସେ କହିଛନ୍ତି ଆଇନ୍‌ ବିଭାଗକୁ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି। ସେ ମୁକ, ବଧୀର, ଅନ୍ଧ ପାଲଟି ଯାଇଛନ୍ତି। ତାଙ୍କୁ ଉଠାଇବାକୁ ଢୋଲ, ମାର୍ଦ୍ଦଳ,  ଘଣ୍ଟା, ବାଜା ବଜାଇବୁ ପଛେ ହେଲେ ତାଙ୍କ ନିଦ୍ରା ଭଙ୍ଗ କରିବୁ।

ଏହାବାଦ ଅର୍ଚ୍ଚନା ନାଗ ମାମଲାରେ ସରକାରଙ୍କୁ ଟାର୍ଗେଟ କରି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅର୍ଚ୍ଚନା ନାଗ ସରକାର ଚଳାଉଥିଲେ। ତାଙ୍କର ସେକ୍ରେଟେରିଏଟରୁ ବିଧାନସଭା ପର୍ଯ୍ୟନ୍ତ ସବୁଠି ଅବାଧ ପ୍ରବେଶ ଥିଲା। ବହୁ ମନ୍ତ୍ରୀ, ବିଧାୟକଙ୍କ ସହ ତାଙ୍କ ସମ୍ପୃକ୍ତି ଥିଲା  କାଳେ ସେମାନଙ୍କ ଗୁମର ଫିଟିଯିବ ତେଣୁ ଏବେ ପୁଲିସ୍‌ ଏହାକୁ ଚାପିବାକୁ ଚେଷ୍ଟା ଚଳାଉଛି।

[caption id="attachment_775720" align="aligncenter" width="650"] ଧାରଣାରତ ବିଜେପି ନେତା ।[/caption]

ମୁଖ୍ୟମନ୍ତ୍ରୀ ଠିକ୍‌ ଭାବେ ଏହାର ତଦନ୍ତ ପ୍ରକ୍ରିୟା ଆଗକୁ ନ ନେଲେ ଆସନ୍ତାକାଲି ସତ୍ୟାଗ୍ରହ ଶେଷ ହେବା ପରେ ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଖୁଲାସା କରିବୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

https://youtu.be/s7RdAauWi2w

 

Related story