ବିଧାନସଭାରେ ଇମ୍ଫା ତାତି

Ordigital Desk
  • Published: Thursday, 26 April 2018
  • , Updated: 26 April 2018, 09:22 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ଆଗରେ ଚାଲିଥିବା ଆନ୍ଦୋଳନ ହିସାଂତ୍ମକ ରୂପ ନେଇଛି। ଗତକାଲି ଆନ୍ଦୋଳନକାରୀ ଭଙ୍ଗାରୁଜା କରିଥିବା ବେଳେ ଆଜି ମାରଣାସ୍ତ୍ର ଧରି ବୁଲିଥିବା ଦେଖିବାକୁ ମିଳିଥିଲା। ଏପରିସ୍ଥିତିରେ ଆଜି ବିଧାନସଭାରେ ମଧ୍ୟ ଇମ୍ଫା ତାତି ଦେଖିବାକୁ ମିଳିଥିଲା। ଇମ୍ଫା କାରଖାନା ଆଗରେ ଆନ୍ଦୋଳନ ନାଁରେ ଆତଙ୍କ ପ୍ରସଙ୍ଗ ଉଠିଥିଲା।</p> <p>ଆଜି ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏ ପ୍ରସଙ୍ଗ ଉଠାଇଥିଲେ। ଓଡ଼ିଆ ଉଦ୍ୟୋଗୀଙ୍କ କାରଖାନାକୁ ସରକାର ସୁରକ୍ଷା ଦେଉ ନଥିବା ସେ ଅଭିଯୋଗ କରିଥିଲେ। ପୋଲିସ ଉପସ୍ଥିତିରେ ଇମ୍ଫା ଆଗରେ ଗଣ୍ଡଗୋଳ କାହିଁକି ହେଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ।</p> <p>ସେପଟେ ଏ ପ୍ରସଙ୍ଗରେ ଟ୍ୱିଟ୍ କରି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, &ldquo;ପାଣ୍ଡିଆନଙ୍କ ଘର ସାମ୍ନାରେ ଧାରଣା ଦେବାକୁ ଯାଉଥିବା ଜଣେ ମହିଳାଙ୍କୁ ପୋଲିସ ଅଟକ ରଖୁଛି। କିନ୍ତୁ ଏପଟେ ଇମ୍ଫାର ଶହ ଶହ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଘେରି ରହିଥିବା ବେଳେ ପୋଲିସ କିଛି ବି କରୁନି। ଫଳରେ ବହୁ ମହିଳା ଓ ଶିଶୁ ୪ ଦିନ ଧରି କାରଖାନା ଭିତରେ ଫସି ରହିଛନ୍ତି।</p>

Related story