‘ଅରୁଣ ସାହୁ ବିଦା ନ ହେଲା ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ’

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ପରୀ ପରିବାରକୁ ଭେଟିବାକୁ ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଗୋଟିଏ ଟିମ୍  ନୟାଗଡ଼ ଜିଲ୍ଲା ଯଦୁପୁରରେ ପହଞ୍ଚିଥିଲା। ସେଠାରେ ପରୀ ବାପାମା’ଙ୍କ ସହ ଆଲୋଚନା ପରେ ୫ ବର୍ଷର ଝିଅକୁ ନ୍ୟାୟ ଦେବାକୁ  ସିବିଆଇ ତଦନ୍ତ ଦାବି କରିଛନ୍ତି ସମ୍ବିତ ପାତ୍ର। ଏଥିସହ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବର୍ଷି ତାଙ୍କୁ ପଦଚ୍ୟୁତ କରା ନ ଯିବା ପର୍ଯ୍ୟନ୍ତ ମୃତ ପରୀକୁ ନ୍ୟାୟ ମିଳିପାରିବ ନାହିଁ ବୋଲି କହିଛନ୍ତି। ତେଣୁ […]

sambit

Niharika Rout
  • Published: Saturday, 05 December 2020
  • , Updated: 05 December 2020, 02:34 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ପରୀ ପରିବାରକୁ ଭେଟିବାକୁ ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଗୋଟିଏ ଟିମ୍  ନୟାଗଡ଼ ଜିଲ୍ଲା ଯଦୁପୁରରେ ପହଞ୍ଚିଥିଲା। ସେଠାରେ ପରୀ ବାପାମା’ଙ୍କ ସହ ଆଲୋଚନା ପରେ ୫ ବର୍ଷର ଝିଅକୁ ନ୍ୟାୟ ଦେବାକୁ  ସିବିଆଇ ତଦନ୍ତ ଦାବି କରିଛନ୍ତି ସମ୍ବିତ ପାତ୍ର।

ଏଥିସହ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବର୍ଷି ତାଙ୍କୁ ପଦଚ୍ୟୁତ କରା ନ ଯିବା ପର୍ଯ୍ୟନ୍ତ ମୃତ ପରୀକୁ ନ୍ୟାୟ ମିଳିପାରିବ ନାହିଁ ବୋଲି କହିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ମନ୍ତ୍ରୀ ପଦରୁ ଅରୁଣ ସାହୁ ବିଦା ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ସମ୍ବିତ ପାତ୍ର।

ସୂଚାଯୋଗ୍ୟ, ନୟାଗଡ଼ର କୁନିଝିଅ ପରୀ ହତ୍ୟାକୁ ନେଇ ରାଜନୀତି ଜୋର ଧରିଛି । ଆଜି ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ପୃଥକ ପୃଥକ ଭାବେ ନୟାଗଡ଼ର ଯଦୁପୁରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

Related story