ରତ୍ନଭଣ୍ଡାର ଚାବି ହଜିବା ପ୍ରତିବାଦରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି

Ordigital Desk
  • Published: Friday, 08 June 2018
  • , Updated: 08 June 2018, 05:19 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି। ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ଉପଖଣ୍ଡରେ ବିକ୍ଷୋଭ କରିବ ଦଳ। ଏହାସହ ୧୨ ତାରିଖରୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସାମ୍ନାରେ ବିକ୍ଷୋଭ ସହ ଏତଲା ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।</p> <p>ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଏହି ସୂଚନା ଦେଇଛନ୍ତି। ଏପରିକି ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ସମୂହ ଦୀପଦାନ କରିବାକୁ ବିଜେପି ନିଷ୍ପତ୍ତି ନେଇଛି।</p> <p>ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶକୁ ସମାଲୋଚନା କରି ଦଳ ଅଭିଯୋଗ କରି କହିଛି ଯେ, ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ହୀନ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ନିଜର ଅପାରଗତାକୁ ଲୁଚାଇବା ପାଇଁ ଗଜପତି ମହାରାଜଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସମ୍ପୂର୍ଣ୍ଣ ନିନ୍ଦନୀୟ।</p> <p>ପୁରୀରେ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ବିଜେପିର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାସହ ଗୋବର୍ଦ୍ଧନ ପୀଠକୁ ମଧ୍ୟ ଯାଇଥିଲେ।</p>

Related story