ରତ୍ନଭଣ୍ଡାର ଚାବି ଖୋଜିବା ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ବିଜେପି

କାମାକ୍ଷାନଗର (ରାକେଶ ଦେହୁରୀ): ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ମିଳୁ ନଥିବାରୁ ଏହାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିଜେପି ଆନ୍ଦୋଳନ କରିଥିଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିଜେପି ପକ୍ଷରୁ ମଧ୍ୟ ଆନ୍ଦୋଳନ କରାଯାଇଛି। ଜିଲ୍ଲା ସଭାପତି ବିଭୂତି ପ୍ରଧାନଙ୍କ ନେତୃତ୍ୱରେ କାମାକ୍ଷାନଗରର ପୂର୍ବତନ ବିଧ।ୟକ ପ୍ରସନ୍ନ ପଟ୍ଟନାୟକ ଓ ଜିଲ୍ଲା ଉପ ସଭାପତି ଶତ୍ରୁଘନ ଜେନାଙ୍କ ସମେତ ଶତାଧିକ ବିଜେପି ନେତା ଓ କର୍ମୀ ବିରାଟ ଶୋଭାଯାତ୍ରାରେ ବାହାରି କାମାକ୍ଷାନଗର […]

bjp

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 08:02 PM IST

କାମାକ୍ଷାନଗର (ରାକେଶ ଦେହୁରୀ): ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ମିଳୁ ନଥିବାରୁ ଏହାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିଜେପି ଆନ୍ଦୋଳନ କରିଥିଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିଜେପି ପକ୍ଷରୁ ମଧ୍ୟ ଆନ୍ଦୋଳନ କରାଯାଇଛି। ଜିଲ୍ଲା ସଭାପତି ବିଭୂତି ପ୍ରଧାନଙ୍କ ନେତୃତ୍ୱରେ କାମାକ୍ଷାନଗରର ପୂର୍ବତନ ବିଧ।ୟକ ପ୍ରସନ୍ନ ପଟ୍ଟନାୟକ ଓ ଜିଲ୍ଲା ଉପ ସଭାପତି ଶତ୍ରୁଘନ ଜେନାଙ୍କ ସମେତ ଶତାଧିକ ବିଜେପି ନେତା ଓ କର୍ମୀ ବିରାଟ ଶୋଭାଯାତ୍ରାରେ ବାହାରି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହାସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଶେଷରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କୁ ଦେଇଥିଲେ।

 

Related story