‘ମୁଖ୍ୟମନ୍ତ୍ରୀ ଓ କିଛି ମୁଷ୍ଟିମେୟ ଅଧିକାରୀ ରାଜ୍ୟରେ ଗଣତନ୍ତ୍ରକୁ ବିପନ୍ନ କରିଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ଏବଂ କିଛି ମୁଷ୍ଟିମେୟ ଅଧିକାରୀ ଓଡ଼ିଶାରେ ଗଣତନ୍ତ୍ରକୁ ବିପନ୍ନ କରିଛନ୍ତି। ପଂଚାୟତଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ବିଜେଡି ସରକାର କେବଳ ଭୋଟ ରାଜନୀତି କରୁଛି। ମନ୍ତ୍ରୀମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ଅଳ୍ପ କିଛି ମୁଷ୍ଟିମେୟ ଅଧିକାରୀମାନେ ଉପଭୋଗ କରୁଛନ୍ତି। ଆଜି ଏଭଳି ଢଙ୍ଗରେ ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀର ବୈଠକରେ ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ଏହାସହିତ ଆସନ୍ତା ୩ମାସ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ଦଳ […]

bjpfinal-11

bjpfinal-11

Tapas Behera
  • Published: Saturday, 05 September 2020
  • Updated: 05 September 2020, 09:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ଏବଂ କିଛି ମୁଷ୍ଟିମେୟ ଅଧିକାରୀ ଓଡ଼ିଶାରେ ଗଣତନ୍ତ୍ରକୁ ବିପନ୍ନ କରିଛନ୍ତି। ପଂଚାୟତଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ବିଜେଡି ସରକାର କେବଳ ଭୋଟ ରାଜନୀତି କରୁଛି। ମନ୍ତ୍ରୀମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ଅଳ୍ପ କିଛି ମୁଷ୍ଟିମେୟ ଅଧିକାରୀମାନେ ଉପଭୋଗ କରୁଛନ୍ତି। ଆଜି ଏଭଳି ଢଙ୍ଗରେ ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀର ବୈଠକରେ ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ଏହାସହିତ ଆସନ୍ତା ୩ମାସ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ଦଳ ରାଜନୀତିକ ଚିଠା ପ୍ରସ୍ତାବ ଆଗତ କରି ଭବିଷ୍ୟତ କାର୍ଯ୍ୟପନ୍ଥା ମଧ୍ୟ ନିର୍ଦ୍ଧାରଣ କରିଛି। କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ନବୀନ ସରକାର ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଗତ ହୋଇଥିଲା।

ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ୱେବିନାର ମାଧ୍ୟମରେ ଆୟୋଜିତ ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି କେବଳ ବିଜେପି ହିଁ କରିପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ବ୍ରହ୍ମବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା, ରଥଯାତ୍ରା ନକରିବାର ଷଡଯନ୍ତ୍ର ରାଜ୍ୟ ସରକାର ହିଁ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରୟାସ ଯୋଗୁଁ ରଥଯାତ୍ରା ସମ୍ଭବ ହୋଇପାରିଲା । ପ୍ରସାଦ ଯୋଜନାରେ ପୁରୀ ସହରର ବିକାଶ ଓ ଜଗନ୍ନାଥ ବିଶ୍ରାମ ସ୍ଥଳୀ ପାଇଁ ଯେଉଁ ଅର୍ଥ ଦିଆଯାଇଛି ତାକୁ ଖର୍ଚ୍ଚ ନକରି ରାଜ୍ୟସରକାର ବଗଲା ଧର୍ମଶାଳାକୁ ପ୍ଲଟିଂ କରି ବିକ୍ରି କରିବା ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
କୋଭିଡ୍ କଟକଣା କାରଣରୁ ୱେବିନାର ମାଧ୍ୟମରେ ସମସ୍ତ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଏହି ବୈଠକରେ ସାମିଲ ହୋଇଥିଲେ । ଦଳର ସାଙ୍ଗଠନିକ ସ୍ଥିତି ସହ ଆଗାମୀ ଦିନର ରଣନୀତି ଉପରେ ଏହି ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା ।
ଏହି ଅବସରରେ ରାଜ୍ୟ ବିଜେପି ଉପସଭାପତି ତଥା ବିଧାୟକ ନାଉରୀ ନାଏକ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସେହିପରି ରାଜ୍ୟ ଉପସଭାପତି  ଭୃଗୁ ବକ୍ସିପାତ୍ର ରାଜନୈତିକ ଚିଠା ପ୍ରସ୍ତାବକୁ ଆଗତ କରିଥିଲେ । କୋଭିଡ୍ ପରିଚାଳନାରେ ଦୁର୍ନୀତି, ବେରୋଜଗାର, ଜଗନ୍ନାଥ ରଥଯାତ୍ରା ଓ ବଗଲା ଧର୍ମଶାଳା ପ୍ରସଙ୍ଗ, ବନ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯ୍ଧେକ୍ସନାରେ ବ୍ୟାପକ ଦୁର୍ନୀତି, ପ୍ରଧାନମନ୍ତ୍ରୀ
କିଷାନ ସମ୍ମାନ ନିଧି ଯୋଜନା, କାମ୍ପା ଫଣ୍ଡ ଦୁର୍ନିତୀ, ଲଘୁ ଖଣିଜ ଦ୍ରବ୍ୟର ଲୁଟ୍‌, ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଭୁଲ୍ ଶିକ୍ଷାନୀତି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ନିର୍ଯାତନା ଭଳି ରାଜ୍ୟର ବିଭିନ୍ନ ସମସ୍ୟା ପ୍ରସଙ୍ଗ ଆସିଥିବା ପ୍ରସ୍ତାବକୁ ରାଜ୍ୟ ସଂପାଦକ ଅମର ନାୟକ ସମର୍ଥନ ଜଣାଇଥିଲୋ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ଓ ସାଂସଦ ସୁରେଶ ପୁଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ରାଜ୍ୟ ସଭାପତି ଓ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ସାଂସଦ  ଅପରାଜିତା ଷଡ଼ଙ୍ଗୀ ଏହି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

କୋଭିଡ-୧୯ ମହାମାରୀ ସମୟରେ ସଂଗଠନ ପକ୍ଷରୁ ହୋଇଥିବା ବିଭିନ୍ନ ସମାଜକଲ୍ୟାଣ କାର୍ଯ୍ୟ ସମ୍ପର୍କିତ ଇ-ବୁକ୍ ରିପୋର୍ଟକୁ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଆଗତ କରିଥିବାବେଳେ  ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ ବିଭିନ୍ନ ଦଳୀୟ ସଂଗଠନ ଓ ଶୃଙ୍ଖଳା ସଂପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସଂଗଠନର ସାଧାରଣ ସଂପାଦକ ମାନସ କୁମାର ମହାନ୍ତି ଆଗାମୀ ଦିନ ପାଇଁ ପାର୍ଟିର ସାଂଗଠତ୍ମକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଦରବାରରେ ଏକ ପ୍ରମୁଖ ଶକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିଥିବାରୁ ଏକ ଧନ୍ୟବାଦ ପ୍ରସ୍ତାବ ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ସମର୍ଥନ ଜଣାଇଥିଲେ।
ଏହି କାର୍ଯ୍ୟକାରିଣୀ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ ସୈାଦାନ ସିଂହ ପ୍ରମୁଖ କହିଥିଲେ ଯେ, ରାଜ୍ୟରେ ବିଜେପିର ଭୋଟ ସଂଖ୍ୟା ସହ ଉଭୟ ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି ପାଇଛି। ତୃଣମୁଳ ସ୍ତରରେ ସଂଗଠନକୁ ଆହୁରି ଅଧିକ ସୁଦୃଢ ଓ ମଜବୁତ୍ କରି ୫୦ ପ୍ରତିଶତ ଭୋଟ ହାସଲ କରିବା ଆମର ମୂଳ ଲକ୍ଷ୍ୟ। ଓଡ଼ିଶାରେ ବିଜେପି କ୍ଷମତାର ବହୁତ ନିକଟତର ବୋଲି ଶ୍ରୀ ନଡ୍ଡା କହିଥିଲେ।
ସମୁଦାୟ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକାରିଣୀ ବୈଠକର ପ୍ରଥମ ୨ଟି ପର୍ଯ୍ୟାୟକୁ ରାଜ୍ୟ ସଂପାଦକ ଗୋଲକ ମହାପାତ୍ର ଏବଂ ଅନ୍ତିମ ୨ଟି ପର୍ଯ୍ୟାୟକୁ ଅନ୍ୟତମ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story