ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଜିଲ୍ଲାବାସୀଙ୍କୁ ପ୍ରତାରଣା କରିଛନ୍ତି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ସହରରେ ଥିବା ହସ୍ପିଟାଲକୁ ୫୦ଶଯ୍ୟା ବିଶିଷ୍ଟ ମଲଟିସ୍ପେଶାଲିଷ୍ଟ ହସ୍ପିଟାଲ କରିବା ନିମନ୍ତେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଦାବି କରିଛି। ଏହାସହିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ନିଜ ଜିଲ୍ଲାବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ବିଜେପି କହିଛି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମିଥ୍ୟା କହି […]

naba-das-who-joined-bjd-today-will-soon-resign-as-mla

Manoranjan Sial
  • Published: Thursday, 06 February 2020
  • , Updated: 06 February 2020, 07:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ସହରରେ ଥିବା ହସ୍ପିଟାଲକୁ ୫୦ଶଯ୍ୟା ବିଶିଷ୍ଟ ମଲଟିସ୍ପେଶାଲିଷ୍ଟ ହସ୍ପିଟାଲ କରିବା ନିମନ୍ତେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଦାବି କରିଛି। ଏହାସହିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ନିଜ ଜିଲ୍ଲାବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ବିଜେପି କହିଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମିଥ୍ୟା କହି କେବଳ ବାହାବା ମାରୁଛନ୍ତିା ସେ ସାରା ଓଡ଼ିଶା ବୁଲି ବିଭିନ୍ନ ମେଡିକାଲ ଦେଖିଲେ କିନ୍ତୁ ନିଜ ନିର୍ବାଚନମଣ୍ଡଳୀରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଭୁଲିଗଲୋ ଗତବର୍ଷ ମେ’ ମାସରେ ଝାରସୁଗୁଡ଼ା ଜିଲ୍ଲାର ମଙ୍ଗଳବଜାରସ୍ଥିତ ମୁଖ୍ୟ ଡାକ୍ତରଖାନା ଚିକିତ୍ସାଳୟକୁ ସହରରୁ ୧୫ କିମି ଦୂରକୁ ସ୍ଥାନାନ୍ତରଣ କରାଯାଇଥିଲା। ସେ ସମୟରେ ଦଳମତ ନିର୍ବିଶେଷରେ ପୁରୁଣା ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ଦୋଳନ ହୋଇଥିଲା ଓ ସେହି ମେଡିକାଲକୁ ଉନ୍ନତିକରଣ କରି ଚଲାଇ ରଖିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଝାରସୁଗୁଡ଼ାବାସୀଙ୍କୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କରିଲେ ନାହିଁ। ‘କହି ଦେଉ ଥାଏ ପରକୁ ବୁଦ୍ଧି ନଦିଶଇ ଘର’କୁ ଭଳି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ ନିଜ ପ୍ରତିଶ୍ରୁତି କଥା ଭୁଲି ଝାରସୁଗୁଡ଼ାବାସୀଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଝାରସୁଗୁଡ଼ା ସହରରେ ଦେଢଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି। ଗମନାଗମନର ବ୍ୟବସା୍ଥ ନଥିବାରୁ ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ୧୫କିମି ଦୂରରେ ଥିବା ନୂଆ ହସ୍ପିଟାଲକୁ ନେବା କାଠିକର ପାଠ ହେଉଛି। ଦୀପ ତଳ ଅନ୍ଧାର ଭଳି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ଲୋକମାନଙ୍କୁ ଠିକ୍ ଭାବେ ସ୍ୱାସ୍ଥ୍ୟସେବା ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଆଗାମୀ ୭ ଦିନ ଭିତରେ ରାଜ୍ୟସରକାର ମଙ୍ଗଳ ବଜାରସ୍ଥିତ ପୁରୁଣା ହସ୍ପିଟାଲକୁ ୫୦ଟି ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଷ୍ଟ ହସ୍ପିଟାଲ ଘୋଷଣା କରିବା ନିମନ୍ତେ ବିଜେପି ଦାବି କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଯଦି ତୁରନ୍ତ ଏ ଦିଗରେ ପଦକ୍ଷେପ ନନେବେ ତା’ହେଲେ ଆଗାମୀ ଦିନରେ ଜିଲ୍ଲାରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି। ଏହି ଅବସରରେ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

Related story