ନବୀନ କେବେ ନିଜ ବିଭାଗରେ ୩୩% ମହିଳାଙ୍କୁ ନିଯୁକ୍ତି ଦେବେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣ ପାଇଁ ୩୩% ସଂରକ୍ଷଣ କଥା ଉଠାଇ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗରେ କେବେ ୩୩% ମହିଳା ପୁଲିସ ନିଯୁକ୍ତି ପାଇବେ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ସେ କହିଛନ୍ତି-“କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୨୦ ଜାନୁଆରୀ ୧ ତାରିଖରୁ […]

bjd

Manoranjan Sial
  • Published: Wednesday, 30 December 2020
  • , Updated: 30 December 2020, 06:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣ ପାଇଁ ୩୩% ସଂରକ୍ଷଣ କଥା ଉଠାଇ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗରେ କେବେ ୩୩% ମହିଳା ପୁଲିସ ନିଯୁକ୍ତି ପାଇବେ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ।

ସେ କହିଛନ୍ତି-“କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୨୦ ଜାନୁଆରୀ ୧ ତାରିଖରୁ ଆଜି ଯାଏଁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗରେ ୧୦.୧୦ ସଂଖ୍ୟାରେ ମହିଳା ନିଯୁକ୍ତି ପାଇଛନ୍ତି। ଏହି ସଂଖ୍ୟା ହେଉଛି ମାତ୍ର ୫୮୫୬। ୩୮୩୨.୫୪ ଜନସଂଖ୍ୟାରେ ଜଣେ ମହିଳା ପୁଲିସ ନିଯୁକ୍ତି ପାଇଛନ୍ତି। ଯାହାର ଫଳ ଫିଲ୍‌ଡରେ ଦେଖିବାକୁ ମିଳୁଛି। ମହିଳାଙ୍କ ଆନ୍ଦୋଳନରେ ପୁରୁଷ ପୁଲିସଙ୍କ ଅତ୍ୟାଚାରରେ ଶିକାର ହେବାକୁ ପଡ଼ୁଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ୩୩% ସଂରକ୍ଷଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଦୋମୁହାଁ ନୀତି ଅବଲମ୍ୱନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ନିଜ ବିଭାଗରେ ୩୩% ମହିଳା ପୁଲିସଙ୍କୁ ନିଯୁକ୍ତି ଦିଅନ୍ତୁ।”

ସେ ଆହୁରି କହିଛନ୍ତି-“ମହିଳା ସଶକ୍ତିକରଣରେ ଓଡ଼ିଶା ଅପେକ୍ଷା ଆଗରେ ଅଛନ୍ତି ଛତିଶଗଡ଼ ଓ ଝାରଖଣ୍ଡ। ଛତିଶଗଡ଼ରେ ଲକ୍ଷେ ଜନସଂଖ୍ୟାରେ ୨୨୦ ମହିଳା ପୁଲିସ ଅଛନ୍ତି। ସେହିପରି ଝାରଖଣ୍ଡରେ ଲକ୍ଷେ ଜନସଂଖ୍ୟାରେ ୧୭୨.୧୮ ମହିଳା ପୁଲିସ ନିଯୁକ୍ତି ପାଇଛନ୍ତି। ଏ ତୁଳନାରେ ଓଡ଼ିଶା ବହୁ ପଛରେ ରହିଛି। ଏଠାରେ ଲକ୍ଷେ ଜନସଂଖ୍ୟାରେ ୧୨୯ ଜଣ ମହିଳା ପୁଲିସ ନିଯୁକ୍ତ ଅଛନ୍ତି। ଏହା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ପାଇଁ ୩୩% ସଂରକ୍ଷଣ କଥା କହୁଛନ୍ତି। ଆମେ ପଚାରିବାକୁ ଚାହୁଁଛୁ, ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କାହିଁକି ଜଣେ ମହିଳାଙ୍କୁ ଡିଜି ଭାବେ ନିଯୁକ୍ତି ଦେଇନାହାନ୍ତି? କ’ଣ ଓଡ଼ିଶାରେ ଯୋଗ୍ୟ ମହିଳା ଅଫିସର ନାହାନ୍ତି?”

Related story