ଇଂରାଜୀ ଭାଷା ପ୍ରତି ବିଜେଡିର ଦରଦ କାହିଁକି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଏମ୍ସ କତ୍ତୃପକ୍ଷଙ୍କ ଦ୍ୱାରା ସମସ୍ତ କାର୍ଯ୍ୟରେ ହିନ୍ଦି ଭାଷା ଉପଯୋଗ ପାଇଁ ନିର୍ଦ୍ଦେଶନାମା ଜାରି କରିବାପରେ ଆଜି ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ହିନ୍ଦି ଭାଷା ବାଧ୍ୟତାମୂଳକକୁ ବିରୋଧ କରି ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଏମ୍ସ କତ୍ତୃପକ୍ଷଙ୍କୁ ଭେଟି ଆଲୋଚନା କରିଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ବିଜେଡିକୁ କଡ଼ା ସମାଲୋଚନା କରିଛି। ଇଂରାଜୀ ଭାଷାର ବ୍ୟବହାର କମିଲେ ବିଜେଡିକୁ ବହୁତ ବାଧୁଛି ଓ ଦଳର ଇଂରାଜୀ […]

KHARAVEL SWAIN FINAL

Manoranjan Sial
  • Published: Saturday, 22 February 2020
  • , Updated: 22 February 2020, 07:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଏମ୍ସ କତ୍ତୃପକ୍ଷଙ୍କ ଦ୍ୱାରା ସମସ୍ତ କାର୍ଯ୍ୟରେ ହିନ୍ଦି ଭାଷା ଉପଯୋଗ ପାଇଁ ନିର୍ଦ୍ଦେଶନାମା ଜାରି କରିବାପରେ ଆଜି ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ହିନ୍ଦି ଭାଷା ବାଧ୍ୟତାମୂଳକକୁ ବିରୋଧ କରି ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଏମ୍ସ କତ୍ତୃପକ୍ଷଙ୍କୁ ଭେଟି ଆଲୋଚନା କରିଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ବିଜେଡିକୁ କଡ଼ା ସମାଲୋଚନା କରିଛି। ଇଂରାଜୀ ଭାଷାର ବ୍ୟବହାର କମିଲେ ବିଜେଡିକୁ ବହୁତ ବାଧୁଛି ଓ ଦଳର ଇଂରାଜୀ ଭାଷା ପ୍ରତି ବିଜେଡିର ଏତେ ଦରଦ କାହିଁକି ବୋଲି ଦଳ ପ୍ରଶ୍ନ କରିଛି।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କହିଛନ୍ତି ଯେ ବିଜେଡି ବିନା ଆଧାରରେ ଲୋକଙ୍କୁ ଭ୍ରମିତ କରୁଛି। ଇଂରାଜି ଭାଷାର ବ୍ୟବହାର କମିଲେ ବିଜେଡିକୁ ବହୁତ ବାଧୁଛି। ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜେଡିର ବିରୋଧ କରିବା ପରେ ଏହା ପ୍ରମାଣିତ ହେଉଛି। ଓଡ଼ିଆ ଭାଷା ପ୍ରତି ମମତା କମ୍ ଇଂରାଜି ଭାଷା ପ୍ରତି ମମତା ବିଜେଡିର ଅଧିକ ରହିଛି। ଏମ୍ସ କର୍ତୃପକ୍ଷ ଯେଉଁ ନିୟମ ଆଣିଛନ୍ତି ସେଥିରେ କୌଣସି ସ୍ଥାନରେ ଓଡ଼ିଆ ଭାଷାକୁ ବ୍ୟବହାର କରାନଯାଉ ବୋଲି ଲେଖା ହୋଇନାହିଁ। ସେହିପରି ରୋଗୀ ସେବା ସର୍ମ୍ପକିତ ବା ରୋଗୀମାନଙ୍କ ସହିତ ସିଧାସଳଖ ଜଡ଼ିତ ବିଭାଗଗୁଡ଼ିକରେ କୌଣସି ଭାବରେ ବି ଏ ନେଇ ପରିବର୍ତ୍ତନ ଅଣାଯାଇନାହିଁ। ରୋଗୀ ଯେଉଁ ଭାଷା ବୁଝିବେ ସେହି ଭାଷାରେ ହିଁ ଡାକ୍ତର ଓ ନର୍ସ ବା କର୍ତ୍ତୃପକ୍ଷ ସେମାନଙ୍କ ସହିତ ସେହି ଭାଷାରେ କଥା ହେବେ। କୌଣସି ଭାଷାକୁ ବାଧ୍ୟତାମୂଳକ କରାଯାଇନାହିଁ। ଓଡ଼ିଆ ରୋଗୀଙ୍କ ସହିତ ସମସ୍ତ ଯୋଗାଯୋଗ ଓଡ଼ିଆ ଭାଷାରେ ହେବ। ଏମ୍ସରେ ଏମବିବିଏସ ଓ ନର୍ସିଂରେ ପିଲାମାନଙ୍କୁ ଓଡ଼ିଆ ଭାଷାରେ ପାଠ ପଢ଼ାଯାଉଛି। ମୋଦି ସରକାର ରେଳ ଟିକଟରେ ଓଡ଼ିଆ ଭାଷାର ପ୍ରଚଳନ କଲେ। ରାଜ୍ୟ ସରକାର ଓ ବିଜେଡି ଏବେ ସ୍ପଷ୍ଟ କରନ୍ତୁ, ରାଜ୍ୟର ଏସସିବି ମେଡିକାଲ କଲେଜ, ବୁର୍ଲା ମେଡିକାଲ କଲେଜ ଓ ବ୍ରହ୍ମପୁର ମେଡିକାଲ କଲେଜରେ ଯେତେ ସେବୁ ସରକାରୀ ଚିଠି ଦିଆନିଆ ହେଉଛି ତାହା କେଉଁ ଭାଷାରେ ହେଉଛି ? କାହିଁକି ଓଡ଼ିଆ ଭାଷାରେ ସେଠାରେ ସରକାରୀ କାମ ହେଉନାହିଁ। ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ସମସ୍ତ ଚିଠି ଏବେବି ଇଂରାଜୀ ଭାଷାରେ ହେଉଛି। ରାଜ୍ୟ ସରକାର ଓ ବିଜେଡିର ଓଡ଼ିଆ ଭାଷା ପ୍ରତି ଏପରି ବୈମାତୃକ ମନୋଭାବ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି।

ନ୍ୟାୟାଳୟ ମାନଙ୍କରେ ମୁଖ୍ୟ ଭାଷା ଭାବରେ ଇଂରାଜି ଭାଷାର ବ୍ୟବହାର ହେଉଛି। କାହିଁକି ଓଡି଼ଆ ଭାଷାରେ ନ୍ୟାୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉନାହିଁ? ଦେଶର ଅନ୍ୟ ରାଜ୍ୟମାନେ ସେମାନଙ୍କର ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣି ନିଜର ମାତୃଭାଷାରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେଲେଣି। ହେଲେ ଓଡ଼ିଶା ଏ ଦିଗରେ ଏବେ ସୁଦ୍ଧା ଭାବିବା ବି ଆରମ୍ଭ କରିନାହିଁ । ଆଜି ବିଜେଡିର ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ପିନାକି ମିଶ୍ର ନିଜେ କୁହନ୍ତୁ ସେ ହାଇକୋର୍ଟରେ କେଉଁ ଭାଷାରେ ନିଜର ତର୍କ ରଖିଛନ୍ତି । ବିଜେଡିର ଓଡ଼ିଆ ଭାଷା ପ୍ରତି କୌଣସି ଆନ୍ତରିକତା ନାହିଁ ବରଂ କେବଳ ଶସ୍ତା ରାଜନୀତି କରିବା ନେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Related story