ବିଜେଡିର ମହାନଦୀ ଲଢ଼େଇକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ମହାନଦୀ ଲଢ଼େଇ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, “ଲଢ଼େଇର କ୍ଷେତ୍ର ଟ୍ରିବ୍ୟୁନାଲ ନା ରାଜରାସ୍ତା ତାହା ବିଜେଡି ସ୍ପଷ୍ଟ କରୁ। ସବୁ ଶକ୍ତି ଖଟାଇ ଟ୍ରିବ୍ୟୁନାଲରେ ଲଢ଼ନ୍ତୁ, ଆମେ ସାଥିରେ ଅଛୁ।” ସେ ଆହୁରି କହିଛନ୍ତି, “ପ୍ରବଞ୍ଚନା କରି ଭୋଟ୍ ବ୍ୟାଙ୍କ ପାଇଁ ବିଜେଡି ରାସ୍ତାରେ ଆନ୍ଦୋଳନ ନକରୁ। ବିଜେପିର ମତ ଆଗରୁ ସ୍ପଷ୍ଟ ଥିଲା ଓ ଏବେ ବି ସ୍ପଷ୍ଟ ଅଛି। ଆମର […]

bjp

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 05:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ମହାନଦୀ ଲଢ଼େଇ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ସେ କହିଛନ୍ତି, “ଲଢ଼େଇର କ୍ଷେତ୍ର ଟ୍ରିବ୍ୟୁନାଲ ନା ରାଜରାସ୍ତା ତାହା ବିଜେଡି ସ୍ପଷ୍ଟ କରୁ। ସବୁ ଶକ୍ତି ଖଟାଇ ଟ୍ରିବ୍ୟୁନାଲରେ ଲଢ଼ନ୍ତୁ, ଆମେ ସାଥିରେ ଅଛୁ।”

ସେ ଆହୁରି କହିଛନ୍ତି, “ପ୍ରବଞ୍ଚନା କରି ଭୋଟ୍ ବ୍ୟାଙ୍କ ପାଇଁ ବିଜେଡି ରାସ୍ତାରେ ଆନ୍ଦୋଳନ ନକରୁ। ବିଜେପିର ମତ ଆଗରୁ ସ୍ପଷ୍ଟ ଥିଲା ଓ ଏବେ ବି ସ୍ପଷ୍ଟ ଅଛି। ଆମର ଲଢ଼େଇ ମାଟି ପାଇଁ, ପାର୍ଟି ପାଇଁ ନୁହେଁ।”

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ମଧ୍ୟ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ନିନ୍ଦନୀୟ।”

ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କାହିଁକି ଛତିଶଗଡ଼ ଉପରେ ରୋକ୍‌ ଲଗାଉନାହାଁନ୍ତି ବୋଲି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହରିଚନ୍ଦନ କହିଛନ୍ତି, “ସଂଘୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଚାହିଁଲେ ବି ରୋକ ଲଗାଇ ପାରିବେନି। ସୁପ୍ରିମକୋର୍ଟ ଚାହିଁଥିଲେ ଅନ୍ତରୀଣ ନିର୍ଦ୍ଦେଶ ଦେଇ ପାରିଥାନ୍ତେ।”

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଟ୍ରିବ୍ୟୁନାଲ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଆଗକୁ ଛତିଶଗଡ଼ ନିର୍ବାଚନ ରହିଛି। ସେଥିପାଇଁ କେନ୍ଦ୍ର ସରକାର ଚୁପ ହୋଇ ବସିଛନ୍ତି। ଛତିଶଗଡ଼ ନିର୍ବାଚନ ପରେ ଟ୍ରିବ୍ୟୁନାଲ ତା’ର କାର୍ଯ୍ୟ ଆରମ୍ଭ କରିବ ବୋଲି ଆମେ ସଂଶୟ କରୁଛୁ।”

https://www.youtube.com/watch?v=pE6_dSqcbdU

Related story