‘ମୁଣ୍ଡ ପିଛା ୪ଶହ ନିଅ, ଶଙ୍ଖରେ ଭୋଟ ଦିଅ’

ଭଦ୍ରକ(ପାର୍ଥ ସାରଥୀ ନାୟକ):  ପାଖେଇ  ଆସିଲାଣି ଧାମନଗର ଉପନିର୍ବାଚନ । ଆଉ ମାତ୍ର ୨ ଦିନର ବ୍ୟବଧାନ । ଏହାକୁ ନେଇ ତାତି ବଢ଼ିବାରେ ଲାଗିଥିବା ବେଳେ କାଦୁଅ ଫିଙ୍ଗାପିଙ୍ଗି ହେଉଛନ୍ତି ରାଜନୈତିକ ଦଳ ।  ଏପରିକି ପରସ୍ପର ବିରୋଧରେ ସେମାନେ ଆଣୁଛନ୍ତି ସାଂଘାତିକ ଅଭିଯୋଗ ।  ଏବେ ଧାମନଗରରେ ବିଜେଡି ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ଆଣିଛି ବିଜେପି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ବିଜେଡି କିନ୍ତୁ ଏହାକୁ ଏଡ଼ାଇ ଯାଇଛି। ଆସନ୍ତା […]

pic

  • Published: Monday, 31 October 2022
  • , Updated: 31 October 2022, 01:20 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ):  ପାଖେଇ  ଆସିଲାଣି ଧାମନଗର ଉପନିର୍ବାଚନ । ଆଉ ମାତ୍ର ୨ ଦିନର ବ୍ୟବଧାନ । ଏହାକୁ ନେଇ ତାତି ବଢ଼ିବାରେ ଲାଗିଥିବା ବେଳେ କାଦୁଅ ଫିଙ୍ଗାପିଙ୍ଗି ହେଉଛନ୍ତି ରାଜନୈତିକ ଦଳ ।  ଏପରିକି ପରସ୍ପର ବିରୋଧରେ ସେମାନେ ଆଣୁଛନ୍ତି ସାଂଘାତିକ ଅଭିଯୋଗ ।  ଏବେ ଧାମନଗରରେ ବିଜେଡି ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ଆଣିଛି ବିଜେପି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ବିଜେଡି କିନ୍ତୁ ଏହାକୁ ଏଡ଼ାଇ ଯାଇଛି।

ଆସନ୍ତା ୩ ତାରିଖରେ ଧାମନଗରବାସୀ ଭୋଟ ଦେଇ ନିଜ ନେତା ବାଛିବେ । ଏହା ପୂର୍ବରୁ ଏସଏଚଜି ଗ୍ରୁପ୍ ମହିଳା ବିଭିନ୍ନ ପଞ୍ଚାୟତକୁ ଯାଇ ଟଙ୍କା ବାଣ୍ଟୁଥିବାର ଏକ  ଭିଡିଓ ଭାଇରାଲ ହେଉଛି।

ଭିଡିଓରେ ଏସଏଚଜି ମହିଳାଜଣକ ମାନୁଛନ୍ତି ଯେ, ୧୦ ଜଣିଆ ସଦସ୍ୟ ବିଶିଷ୍ଟ ଗ୍ରୁପ୍ ପାଇଁ ପ୍ରତି ସଦସ୍ୟ ପିଛା ୪ଶହ ଲେଖାଏଁ ମୋଟ ୪ହଜାର ଟଙ୍କା ଦିଆଯାଉଛି । ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ଏଭଳି ଟଙ୍କା ଦିଆଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଏପରିକି ୪ଶହ ନିଅ, ଶଙ୍ଖରେ ଭୋଟ ଦିଅ ବୋଲି ବି ସେମାନେ କହୁଥିବା ମହିଳାଜଣକ କ୍ୟାମେରା ସମ୍ମୁଖରେ କହିଛନ୍ତି ।

ପୂର୍ବରୁ ମଧ୍ୟ ଧାମନଗର ବ୍ଲକ୍ ଖଡ଼ିପଦା ପଞ୍ଚାୟତର ଦକ୍ଷିଣ କୁରୁଆ , କରଦା ପଞ୍ଚାୟତର ଅଲ୍ଲୀନଗର, ଦୋବଲ ପଞ୍ଚାୟତର ଇଟୁଆ, ଦଇପୁର ପଞ୍ଚାୟତର ନାରାୟଣପୁର ଓ ବମକୁରା ପଞ୍ଚାୟତର ଘାଟସାହିରେ ଟଙ୍କା ବଣ୍ଟା ଯାଉଥିବା ଘଟଣା ସାମନାକୁ ଆସିଛି ।

କେଉଁଠି ରିଲିଫ ଟଙ୍କା ତ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ସହଯୋଗ କୁହାଯାଇ ଏହି ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି । ଟଙ୍କା ବଣ୍ଟା ନେଇ ସଂପୃକ୍ତ ଏସଏଚଜି ଗ୍ରୁପର ପ୍ରତିକ୍ରିୟା ମିଳି ପାରି ନାହିଁ।

ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ପୂର୍ବରୁ ବାଲେଶ୍ୱର, ପିପିଲି, ବିଜେପୁର ସବୁଠି  ଉପନିର୍ବାଚନ ବେଳେ ବିଜେପି ପକ୍ଷରୁ ଏପରି କୁହାଯାଉଥିଲା। ପୂର୍ବରୁ ସେମାନେ କେବେ ଲୋକଙ୍କ ସହ ଯୋଡ଼ି ହୋଇ ନ ଥିଲେ।  ହାରିବା ଭୟ ଘାରିଲାବାରୁ ପରି ବାହାନା କରୁଛନ୍ତି। ହେଲେ ଏହାକୁ ନେଇ ଆମେ ଚିନ୍ତିତ ନୁହଁ।   ନିର୍ବାଚନ ଆସିଲେ ସେମାନେ ଏମିତି ଅଭିଯୋଗ ଆଣନ୍ତି ।

ଧାମନଗରରେ ଉପନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ମୁକ୍ତ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ଦାବି କରିଛି ବିଜେପି । ଶାସକ ଦଳର ଗୁଣ୍ଡାରାଜ ଓ ପ୍ରଶାସନିକ ପକ୍ଷପାତିତାକୁ ବିରୋଧ କରିଛି ।  ଏନେଇ ଭଦ୍ରକ ଏସପି କାର୍ଯ୍ୟାଳୟ  ସମ୍ମୁଖରେ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜିଠୁ ସତ୍ୟାଗ୍ରହ ଆରମ୍ଭ ହୋଇଛି।

https://youtu.be/GF28MTYaCKM

 

Related story