‘କୋକିଶିଆଳି ଭଳି ଚାଲାକି ଆଉ ନୀଳବର୍ଣ୍ଣ ଶୃଗାଳ ପରି ଛଳନା କରୁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାର କୋକିଶିଆଳି ଭଳି ଚାଲାକ ହେଉଛନ୍ତି ଆଉ ନୀଳବର୍ଣ୍ଣ ଶୃଗାଳ ପରି ଛଳନା କରୁଛନ୍ତି । ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରି ଏପରି କହିଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଥିବା ଚେଠି ଲେଖିବା ହାସ୍ୟାସ୍ପଦ ବୋଲି କହିଛି ବିଜେପି। ଦଳର ରାଜ୍ୟ […]

pruthviraj harichandan

Niharika Rout
  • Published: Tuesday, 06 July 2021
  • , Updated: 06 July 2021, 02:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାର କୋକିଶିଆଳି ଭଳି ଚାଲାକ ହେଉଛନ୍ତି ଆଉ ନୀଳବର୍ଣ୍ଣ ଶୃଗାଳ ପରି ଛଳନା କରୁଛନ୍ତି । ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରି ଏପରି କହିଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଥିବା ଚେଠି ଲେଖିବା ହାସ୍ୟାସ୍ପଦ ବୋଲି କହିଛି ବିଜେପି।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ,  ୨୦୧୮-୧୯ରେ ପାଞ୍ଚ ଥର ଆବାସ ସଫ୍ଟୱେର ଓ୍ୱିଣ୍ଡୋ ଖୋଲାଥିଲା । ମାତ୍ର ୪୫,୯୦୩ ନାମ ପଞ୍ଜିକୃତ ହୋଇଛି । ଫନି ବେଳେ ୩.୮୯ ଲକ୍ଷ ଲୋକଙ୍କ ପାଇଁ ଘର ଦରକାର ଏବଂ ଓ୍ୱିଣ୍ଡୋ ଖୋଲିବାକୁ ଅନୁରୋଧ କରିଥିଲେ । ସେତେବେଳ ଦୁଇଟି ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୧୩ଲକ୍ଷ ଲୋକଙ୍କ ନାଁ ଯୋଡ଼ାହେଲା ।  ମୁଖ୍ୟମନ୍ତ୍ରୀ କେବଳ ନିଜ ଅଜ୍ଞତା ପ୍ରକାଶ କରି ଚିଠି ଲେଖୁଛନ୍ତି ।

କିନ୍ତୁ ଅନ୍ୟ ଗରିବ ଆକାଂକ୍ଷି ଜିଲ୍ଲାକୁ ଦେଲେନି କାହିଁକି ବୋଲି ପ୍ରଶ୍ନ ଉଠାଇବା ସହ ପୃଥ୍ୱୀରାଜ କହିଛନ୍ତି ଯେ, ଯେଉଁ ନାମ ପଞ୍ଜିକୃତ ହେବ, ସେଗୁଡିକ ଜନ ନିରୀକ୍ଷଣ ସମିତି ଗଠନ ହୋଇ ଗ୍ରାମସଭା ମାଧ୍ୟମରେ ତାଲିକା ଚୂଡାନ୍ତ ହେବା ଦରକାର ।

କେନ୍ଦ୍ରୀୟ ତଦନ୍ତକାରୀ ଦଳ ଦେଇଥିବା ରିପୋର୍ଟରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । କିନ୍ତୁ ଏ ଯାଏଁ କୌଣସି ପଦକ୍ଷେପ ନିଆଯାଇନି।  ଜଣେ ବି ଅଯୋଗ୍ୟ ହିତାଧିକାରୀ ଘର ପାଇଲେ କିମ୍ବା ଯୋଗ୍ୟ ବାଦ ପଡିଲେ ବରଦାସ୍ତ କରାଯିବନି ।  ଚୋରି ଧରାପଡିବା ପରେ ମୁହଁ ଟାଣ କରି ମିଛ କହିବା ବଦଳରେ ରାଜ୍ୟ ସରକାର ନୈତିକତା ଦେଖାନ୍ତୁ ବୋଲି କହିଛନ୍ତି ପୃଥ୍ବିରାଜ ହରିଚନ୍ଦନ ।  ତେବେ ଏନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିନି ।

Related story