‘ପୌର ଓ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟ ବିଜେପିକୁ ଆହ୍ୱାନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହି ରାଜ୍ୟରେ ବିଜେପିକୁ ସଫଳ କରିବା ନିମନ୍ତେ ଓଡ଼ିଶା ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି। ବିଜେପି ରାଜ୍ୟ ଶାଖା ପକ୍ଷରୁ ଦଳର ରାଜ୍ୟପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କୁ ଭର୍ଚୁଆଲ ମିଟିଂ ମାଧ୍ୟମରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିିତ୍ୱରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ନେତାମାନଙ୍କୁ ସମ୍ବୋଧନ […]

D-Purandeswari

Manoranjan Sial
  • Published: Monday, 23 November 2020
  • , Updated: 23 November 2020, 09:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହି ରାଜ୍ୟରେ ବିଜେପିକୁ ସଫଳ କରିବା ନିମନ୍ତେ ଓଡ଼ିଶା ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି।

ବିଜେପି ରାଜ୍ୟ ଶାଖା ପକ୍ଷରୁ ଦଳର ରାଜ୍ୟପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କୁ ଭର୍ଚୁଆଲ ମିଟିଂ ମାଧ୍ୟମରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିିତ୍ୱରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ନେତାମାନଙ୍କୁ ସମ୍ବୋଧନ କରି ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଓଡ଼ିଶାର ପ୍ରଭାରୀ ଭାବେ ଯେଉଁ ଗୁରୁଦାୟିିତ୍ୱ୍ୱ ଅର୍ପଣ କରିଛନ୍ତି ତାକୁ ସେ ନିଷ୍ଠାର ସହିତ ତୁଲାଇବେ। ଏଥିପାଇଁ ସେ ପ୍ରତିଶ୍ରୁତିବଦ୍ଧ। କରୋନା ଯୋଗୁଁ ବ୍ୟକ୍ତିଗତ ଭାବେ ସେ ସାକ୍ଷାତ କରିପାରୁନଥିବାରୁ ଦୁଃଖ ପ୍ରକାଶ କରିବା ସହିତ ଖୁବଶୀଘ୍ର ଓଡ଼ିଶା ଆସି ସମସ୍ତଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ।

ଓଡ଼ିଶା ବିଜେପିର ସମସ୍ତ କର୍ମକର୍ତ୍ତା ଏକାଠି ହୋଇ ଆଗାମୀ ପୌର, ତ୍ରିସ୍ତରୀୟ ପଂଚାୟତ ଏବଂ ସାଧାରଣ ନିର୍ବାଚନରେ ବିଜେପିକୁ ସଫଳ କରିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଆଗାମୀ ନଭେମ୍ବର ୨୬ ତାରିଖ ଦିନ ରାଜ୍ୟ, ଜିଲ୍ଲା ଏବଂ ମଣ୍ଡଳସ୍ତରରେ ସମ୍ବିଧାନ ଦିବସ ପାଳନ କରିବା ପାଇଁ ସେ ଆହ୍ୱାନ ଦେବା ସହ ବାବାସାହେବ ଆମ୍ବେଦକରଙ୍କ ଜନ୍ମ, ଶିକ୍ଷା, କର୍ମଭୂମି, ଦୀକ୍ଷା ଭୂମି ଓ ସମାଧିସ୍ଥଳୀ ପ୍ରତି ସମ୍ମାନ ଜଣାଇ ସେ ସବୁ ସ୍ଥାନକୁ ପଂଚତୀର୍ଥରେ ପରିଣତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ।

ଆଜିର ଭର୍ଚୁଆଲ ମିଟିଂ ଓ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସମ୍ବର୍ଦ୍ଧନା ପ୍ରସ୍ତାବ ରଖିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗ. ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ସାଂସଦ ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ କେ.ଭି.ସିଂହଦେଓ ପ୍ରମୁଖ ଦଳ ରାଜ୍ୟ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲୋ ଓଡ଼ିଶା ବିଜେପି ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକ, ପଦାଧିକାରୀ, କାର୍ଯ୍ୟକାରିଣୀ ତରଫରୁ ତାଙ୍କୁ ଯେପରି ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି ସେଥିପାଇଁ ସମସ୍ତଙ୍କ ନିକଟରେ ପୁରନ୍ଦେଶ୍ୱରୀ କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର , ରାଷ୍ଟ୍ରୀୟ ପ୍ରବକ୍ତା ଓ ସାଂସଦ ଅପରାଜିତା ଷଡଙ୍ଗୀ,ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ କେ.ଭି ସିଂହଦେଓ, ରବି ନାଏକ,ବିଭୁ ପ୍ରସାଦ ତରାଇ, ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଉତ୍ସବକୁ ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସଂଯୋଜନା କରିଥିବାବେଳେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related story