କେନ୍ଦ୍ର ସରକାରଙ୍କ ପାଖରେ ଶ୍ରମିକ ସମସ୍ୟା ଉଠାଇବ ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ (ଟିଟିପିଏସ୍‌)କୁ ବନ୍ଦ କରାଗଲେ ହଜାର ହଜାର ଶ୍ରମିକ ବେରୋଜଗାର ହୋଇଯିବାର ଆଶଙ୍କା ଥିବାରୁ ରାଜ୍ୟ ବିଜେପି ଖୁବଶୀଘ୍ର ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ସୂଚନା ଦେଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଆଜି ଏନଟିପିସି ଥର୍ମାଲ ପାୱାର ଷ୍ଟେସନର ଶ୍ରମିକ ଏକତା ମଂଚର ପ୍ରତିନିଧିମାନେ ସାକ୍ଷାତ କରିବା ସହ ଶ୍ରମିକ ସମସ୍ୟାର ସମାଧାନ କରିବା ଏବଂ ଟିଟିପିଏସ୍ ପ୍ରୋଜେକ୍ଟକୁ ବନ୍ଦ ନକରି […]

bjp

Hemant Lenka
  • Published: Tuesday, 23 February 2021
  • , Updated: 23 February 2021, 10:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ (ଟିଟିପିଏସ୍‌)କୁ ବନ୍ଦ କରାଗଲେ ହଜାର ହଜାର ଶ୍ରମିକ ବେରୋଜଗାର ହୋଇଯିବାର ଆଶଙ୍କା ଥିବାରୁ ରାଜ୍ୟ ବିଜେପି ଖୁବଶୀଘ୍ର ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ସୂଚନା ଦେଇଛି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଆଜି ଏନଟିପିସି ଥର୍ମାଲ ପାୱାର ଷ୍ଟେସନର ଶ୍ରମିକ ଏକତା ମଂଚର ପ୍ରତିନିଧିମାନେ ସାକ୍ଷାତ କରିବା ସହ ଶ୍ରମିକ ସମସ୍ୟାର ସମାଧାନ କରିବା ଏବଂ ଟିଟିପିଏସ୍ ପ୍ରୋଜେକ୍ଟକୁ ବନ୍ଦ ନକରି ଚାଲୁ ରଖିବାକୁ ଅନୁରୋଧ କରିଛନ୍ତି। ଶ୍ରମିକ ଏକତା ମଂଚ ପକ୍ଷରୁ ସଭାପତି ଶ୍ରବଣ କୁମାର ସାମଲ ଓ ସାଧାରଣ ସମ୍ପାଦକ ବିନୋବାନନ୍ଦ ତ୍ରିପାଠୀ ଶ୍ରମିକମାନଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସମସ୍ତ ଦସ୍ତାବିଜକୁ ଦେଖାଇଥିଲେ। ସେମାନଙ୍କର ସମସ୍ୟାକୁ କେନ୍ଦ୍ର ସରକାରଙ୍କ ପାଖରେ ସେ ଉପସ୍ଥାପନ କରିବା କରିବେ ବୋଲି ଶ୍ରୀ ମହାନ୍ତି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଗସ୍ତରେ ଆସି ୧୦ହଜାର କୋଟି ଟଙ୍କାର ଏଫସିଆଇ ପ୍ରୋଜେକ୍ଟ ଏବଂ ୯୫୦୦କୋଟି ଟଙ୍କାର ଟିଟିପିଏସ୍ ପ୍ରୋଜେକ୍ଟ ପାଇଁ ଅନୁଦାନ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଟିଟିପିଏସ୍ ପ୍ରକଳ୍ପକୁ ଅନୁମତି ଦେଇନଥିଲେ।

ଏହି ଟିଟିପିଏସରେ ୬୬୦ ମେଗାୱାଟ ବିଶିଷ୍ଟ ୨ଟି ପ୍ରୋଜେକ୍ଟ ନିର୍ମାଣ ହେବା କଥା। ଯାହାକି ଏବେସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି। ଟିଟିପିଏସର ୪୬୦ ମେଗାୱାଟ ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ୩୧ତାରିଖରେ ସରିବାକୁ ଯାଉଛି। ଏହି ପ୍ରକଳ୍ପ ବନ୍ଦ ହେଲେ ୨ହଜାର ଠିକା କର୍ମଚାରୀ, ୩୦୦ ନିୟମିତ ଶ୍ରମିକ ଓ ଚତୁପାଶ୍ୱର୍ରେ ଥିବା ୫୦ହଜାରରୁ ଅଧିକ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଶ୍ରମିକମାନେ ବେରୋଜଗାର ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ତୁରନ୍ତ ଟିଟିପିଏସ୍ ପ୍ରୋଜେକ୍ଟକୁ ବନ୍ଦ ରଖିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

Related story