ନବୀନ ନିବାସକୁ ଧସେଇ ପଶିବାକୁ ବିଜେପି କର୍ମୀଙ୍କ ଉଦ୍ୟମ

ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି କରିଛି ଜୋରଦାର ବିରୋଧ। ଆଜି ଭୁବନେଶ୍ୱରରେ ଦଳୀୟ ନେତା ଓ କର୍ମୀ ଏକ ବିରାଟ ରାଲି ଆୟୋଜନ କରିଥିଲେ। ଏହି ରାଲି ରାମ ମନ୍ଦିର ଛକରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲା। ବିଜେପିର କର୍ମୀ ଓ ନେତା ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ନବୀନ ନିବାସ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ କିଛି ବିଜେପି କର୍ମୀଙ୍କୁ ନେଇ ଥାନାରେ ଅଟକ ରଖିଛି।