ଆଜି ସବୁ ଏସ୍‌ପି ଅଫିସ୍ ଘେରିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପ୍ରସଙ୍ଗରେ ଆଜି ରାଜ୍ୟର ସମସ୍ତ ଏସ୍‌ପି ଅଫିସ୍ ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା। ବେଟି ବଚାଓ, ନବୀନ ହଟାଓ ଅଭିଯାନ ଆରମ୍ଭ କରିବା ସହ ଏସ୍‌ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳର ଏହି ଶାଖା।  ଗତକାଲି ଏହି ସୂଚନା ଦେଇଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ। ସେ କହିଥିଲେ.-“କୁନ୍ଦୁଲି ପୀଡ଼ିତାର ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ। ନବୀନ ସରକାର ଓଡ଼ିଶା ପାଇଁ ଅପବାଦର […]

uuu

Rakesh Mallick
  • Published: Saturday, 27 January 2018
  • , Updated: 27 January 2018, 07:09 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପ୍ରସଙ୍ଗରେ ଆଜି ରାଜ୍ୟର ସମସ୍ତ ଏସ୍‌ପି ଅଫିସ୍ ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା। ବେଟି ବଚାଓ, ନବୀନ ହଟାଓ ଅଭିଯାନ ଆରମ୍ଭ କରିବା ସହ ଏସ୍‌ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳର ଏହି ଶାଖା।  ଗତକାଲି ଏହି ସୂଚନା ଦେଇଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ।

ସେ କହିଥିଲେ.-କୁନ୍ଦୁଲି ପୀଡ଼ିତାର ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ। ନବୀନ ସରକାର ଓଡ଼ିଶା ପାଇଁ ଅପବାଦର ସରକାର। ଏହି ସରକାର ଓଡ଼ିଶା ପାଇଁ ଅଭିଶାପ। ଏହି ସରକାର ଗାଦିଚ୍ୟୁତ ନ ହେବା ଯାଏଁ ଓଡ଼ିଶାବାସୀ ଶାନ୍ତିରେ ରହିପାରିବେ ନାହିଁ। ନବୀନ ସରକାର    ହଟିବା ଯାଏଁ ବିଜେପି ଯୁବ ମୋର୍ଚ୍ଚା ସାରା ରାଜ୍ୟରେ ଲଢ଼େଇ ଜାରି ରଖିବ।

Related story