ରାଜ୍ୟରେ ଆଇନ ବାଟବଣା ହୋଇ ନବୀନ ନିବାସରେ ଅଟକି ଯାଇଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ରାଜ୍ୟର ଆଇନ ଶୃଙ୍ଖଳା ବାଟବଣା ହୋଇ ନବୀନ ନିବାସରେ ଅଟକି ଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ରାଜ୍ୟରେ ପ୍ରତ୍ୟେକ ଦିନ ହିଂସା ସରକାରଙ୍କ ପାରିବାପଣିଆକୁ ଦର୍ଶାଉଛି । ଓଡ଼ିଶା ହିଂସାରେ ଏକ ନମ୍ବର ରାଜ୍ୟ ପାଲଟିବାକୁ ଯାଉଛି । […]

sonali-sahu-1

Ordigital Desk
  • Published: Monday, 18 April 2022
  • , Updated: 19 April 2022, 02:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ରାଜ୍ୟର ଆଇନ ଶୃଙ୍ଖଳା ବାଟବଣା ହୋଇ ନବୀନ ନିବାସରେ ଅଟକି ଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ରାଜ୍ୟରେ ପ୍ରତ୍ୟେକ ଦିନ ହିଂସା ସରକାରଙ୍କ ପାରିବାପଣିଆକୁ ଦର୍ଶାଉଛି । ଓଡ଼ିଶା ହିଂସାରେ ଏକ ନମ୍ବର ରାଜ୍ୟ ପାଲଟିବାକୁ ଯାଉଛି । ଯାହାକି ବିଡ଼ମ୍ବନାର ବିଷୟ । ରାଜ୍ୟରେ ଦଙ୍ଗାକୁ ରାଜ୍ୟ ସରକାର ଖୋଦ୍ ପ୍ରୋତ୍ସାହନ ଦେଉଛନ୍ତି । ହିଂସାକାଣ୍ଡକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ଉଦ୍ୟମର ଅଭାବ ଅଧିକ ଚିନ୍ତାର କାରଣ ହୋଇଛି ।

ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ବ୍ୟାପକ ମାତ୍ରାରେ ରାଜନୈତିକ ହିଂସାକୁ ରୋକିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ମଧ୍ୟ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରୁଛନ୍ତିି । ଏହା ଦ୍ୱାରା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ନିମ୍ନଗାମୀ ହୋଇ ନିୟନ୍ତ୍ରଣ ସୀମା ରେଖା ଉଲ୍ଲଂଘନ କରିଛି । ଶାନ୍ତିପ୍ରିୟ ଓଡିଶାରେ ପ୍ରତିଦିନ ରାଜନୈତିକ ହିଂସା ଘଟିବା ନିହାତି ଚିନ୍ତାର କାରଣ ସାଜିଛି ବୋଲି ବିଜେପି ଅଭିଯୋଗ କରିଛି ।

ଶ୍ରୀମତୀ ସାହୁ କହିଛନ୍ତି ଯେ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲା ଯୋଡ଼ା ଗସ୍ତ କରି ସେଠାରେ ସଂପ୍ରତି ଘଟିଯାଇଥିବା ଘଟଣା ଓ ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟବାସିନ୍ଦା ଏବଂ ପ୍ରଶାସନ ସହ ଆଲୋଚନା କରିଥିଲେ । କେନ୍ଦୁଝର ଜିଲ୍ଲା ଯୋଡାରେ ଗତ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବହୁ ଶାନ୍ତିପୂର୍ଣ୍ଣ ଭାବେ ରାମନବମୀ ପାଳନ ହୋଇଆସୁଛି । ଶାନ୍ତି ବୈଠକ ଅନୁଷ୍ଠିତ ନହେବା, ଘଟଣା ଦିନ ଉଭୟ ଜିଲ୍ଲାପାଳ ଓ ଏସପିି ଉପସ୍ଥିତ ନରହିବା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି ।

କେନ୍ଦୁଝରର ଯୋଡ଼ାରେ ହିଂସା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ । ଲୋକଙ୍କ ଆଶା ଓ ବିଶ୍ୱାସ ସହ ରାଜ୍ୟ ସରକାର ଖେଳ ଖେଳୁଛନ୍ତି । ଧର୍ମନିରପେକ୍ଷତାର ଦ୍ୱାହି ଦେଇ ଓଡ଼ିଶାବାସୀଙ୍କୁ ମିଛରେ ବିଭ୍ରାନ୍ତ କରୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ଦାବି କରୁଛି । ଏହାସହିତ ନିର୍ଦ୍ଦୋଷଙ୍କ ଉପରେ ଅତ୍ୟାଚାର ବନ୍ଦ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମତୀ ସାହୁ ଦାବି କରିଛନ୍ତି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ହିତେଶ ମହାପାତ୍ର ଉପସ୍ଥିତ ଥିଲେ ।

Related story