ବିଜେପିର ମହାନଦୀ ୟୁ-ଟର୍ଣ୍ଣ ପରେ ବିଜେଡିର ଶାଣିତ ହମଲା, ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ଚେତାବନୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମହାନଦୀ ପ୍ରସଙ୍ଗରେ ରାଜ୍ୟ ବିଜେପିର ୟୁ-ଟର୍ଣ୍ଣ ପରେ ବିଜେଡି ଶାଣିତ ଆକ୍ରମଣ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସରକାର ଓ ଦଳର ନେତାମାନେ ବାରମ୍ବାର ମତ ବଦଳାଇବା ବିଜେପିର ଦୋମୁହାଁ ନୀତି ବୋଲି ଅଭିଯୋଗ କରିଛି ବିଜେଡି । ଏପରିକି ଦଳ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ସଜବାଜ ହେଉଛି। ସେପଟେ ବିଜେପି, ୟୁ-ଟର୍ଣ୍ଣ କଥାକୁ ଖଣ୍ଡନ କରିଥିବା ବେଳେ କଂଗ୍ରେସ୍ କହିଛି ମହାନଦୀ ସମସ୍ୟା ପାଇଁ ରାଜ୍ୟ ସରକାର ପ୍ରଥମେ […]

ghjyh

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 09:51 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମହାନଦୀ ପ୍ରସଙ୍ଗରେ ରାଜ୍ୟ ବିଜେପିର ୟୁ-ଟର୍ଣ୍ଣ ପରେ ବିଜେଡି ଶାଣିତ ଆକ୍ରମଣ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସରକାର ଓ ଦଳର ନେତାମାନେ ବାରମ୍ବାର ମତ ବଦଳାଇବା ବିଜେପିର ଦୋମୁହାଁ ନୀତି ବୋଲି ଅଭିଯୋଗ କରିଛି ବିଜେଡି । ଏପରିକି ଦଳ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ସଜବାଜ ହେଉଛି। ସେପଟେ ବିଜେପି, ୟୁ-ଟର୍ଣ୍ଣ କଥାକୁ ଖଣ୍ଡନ କରିଥିବା ବେଳେ କଂଗ୍ରେସ୍ କହିଛି ମହାନଦୀ ସମସ୍ୟା ପାଇଁ ରାଜ୍ୟ ସରକାର ପ୍ରଥମେ ଅଧିକ ଦାୟୀ। ଆଗକୁ ଏନେଇ ଓଡ଼ିଶା ବନ୍ଦ କରିବାକୁ କଂଗ୍ରେସ ଚେତାବନୀ ଦେଇଛି।

ବିଜେପିକୁ ଘେରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ୍‌କୁ ନୂଆ ଅସ୍ତ୍ର କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସରକାର ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଉପରେ ବର୍ଷିଛି ଦଳ। ରମଣ ସିଂହ, ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ବିଜେପି ନେତାମାନେ ବାରମ୍ବାର ଏହି ପ୍ରସଙ୍ଗରେ ମତ ପରିବର୍ତ୍ତନ କରୁଛନ୍ତି। ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହାନଦୀ ଟ୍ରିବ୍ୟୁନାଲ୍ ନେଇ କଟକରେ ମିଥ୍ୟା ତଥ୍ୟ ଉପସ୍ଥାପନ କଲେ ବୋଲି ଦଳ ଅଭିଯୋଗ କରିଛି। ବିଜେପି ଓ କେନ୍ଦ୍ରର ଏହା ଦୋମୁହାଁ ନୀତି ବୋଲି ବିଜେଡି ଅଭିଯୋଗ କରିବା ସହିତ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ନୁହେଁ ବୋଲି କହିଛି।

ଚର୍ଚ୍ଚା ହେଉଛି, ୧୪ଟି ଜିଲ୍ଲାରେ ବିଜେଡି ମହାନଦୀ ସୁରକ୍ଷା ଅଭିଯାନକୁ ଜୋରଦାର କରିବା, ସୋସିଆଲ ମିଡିଆରେ ମହାନଦୀକୁ ନେଇ କେନ୍ଦ୍ର ବିରୋଧରେ ଦଳୀୟ ମୁଖପାତ୍ରମାନଙ୍କ  ଭିଡିଓ କ୍ଲିପିଂ ଜାରି ଆଦି କାର୍ଯ୍ୟକ୍ରମ ବିଜେପିକୁ ଅଡୁଆରେ ପକାଇଛି । କାଳେ ଜନମତ ବିଜେପି ବିରୋଧରେ ଚାଲିଯିବ, ସେହି ଆଶଙ୍କାରେ ଦଳ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ତେବେ ବିଜେପି ମୁଖପାତ୍ର ପୀତାମ୍ବର ଆଚର୍ଯ୍ୟ ସ୍ପଷ୍ଟ କରିଛନ୍ତି ଏହା ୟୁ-ଟର୍ଣ୍ଣ ନୁହେଁ, ଓଡ଼ିଶାର ସ୍ୱାର୍ଥ ପାଇଁ ଦଳ ପୂର୍ବରୁ ବି ଏକଥା କହିଆସିଛି ।

ସେପଟେ ମହାନଦୀ ପ୍ରସଙ୍ଗରେ ଆଗକୁ ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ୍।  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହାନଦୀ ବିବାଦ ପାଇଁ  ଦାୟୀ ବରଂ ରାଜ୍ୟ ସରକାର ପ୍ରଥମେ ଅଧିକ ଦାୟୀ ବୋଲି କହିଛନ୍ତି ପସିସି ସଭାପତି ନିରଂଜନ ପଟ୍ଟନାୟକ।

Related story