ବିଜେପିର ମହିଳା ସୁରକ୍ଷା ଯାତ୍ରା ଆଜିଠୁ

Ordigital Desk
  • Published: Thursday, 17 May 2018
  • , Updated: 17 May 2018, 07:44 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କ ସୁରକ୍ଷାକୁ ନେଇ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ କରାଯିବ। ରାଜ୍ୟର ୭ଟି ରୁଟ୍&zwnj;ରେ ୧୧ଦିନ ଧରି ଏହି ସୁରକ୍ଷା ଯାତ୍ରା କରାଯିବ। ଏହି ୧୧ଦିନ ମଧ୍ୟରେ ୪୫୦ଟି ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି।</p> <p>ମହିଳାଙ୍କ ସମସ୍ୟା, ଅଧିକାର ଓ ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ଏହି ସମୟରେ ପ୍ରଦାନ କରାଯିବ। ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ମେ&rsquo; ୨୯ତାରିଖ ପର୍ଯ୍ୟନ୍ତ ବିଜେପିର ଏହି ମହିଳା ସୁରକ୍ଷା ଯାତ୍ରା ଚାଲିବ।</p>

Related story