ବାଳକୃଷ୍ଣ ମହାପାତ୍ର ହେଲେ ରାଜ୍ୟ ସୂଚନା କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର ଆଜି ରାଜ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ସୂଚନା କମିଶନ ସୁନୀଲ କୁମାର ମିଶ୍ର, […]

Bk-mohapatra-sworn-in-as-state-information-commissioner

Manoranjan Sial
  • Published: Friday, 30 August 2019
  • , Updated: 30 August 2019, 07:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର ଆଜି ରାଜ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ସୂଚନା କମିଶନ ସୁନୀଲ କୁମାର ମିଶ୍ର, ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ, ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଶ୍ରୀ ମହାପାତ୍ର ଗଞ୍ଜାମ ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରୁଥିଲେ। ସେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ମଧ୍ୟ ଥିଲେ। ଶ୍ରୀ ମହାପାତ୍ରଙ୍କ ନୂତନ କାର୍ଯ୍ୟରେ ଯୋଗଦାନ ପରେ ରାଜ୍ୟ ସୂଚନା କମିଶନରେ ସଦସ୍ୟ ସଂଖ୍ୟା ଅଧ୍ୟକ୍ଷଙ୍କୁ ମିଶାଇ ୩ରେ ପହଞ୍ଚିଛି।

Related story