ସାଂଘାତିକ ଅନ୍ଧବିଶ୍ୱାସ: ଡାକ୍ତରଖାନା ବେଡ୍‌ରେ ସାପ କାମୁଡ଼ା ରୋଗୀକୁ ଝଡ଼ାଫୁଙ୍କା

ଅନୁଗୋଳ (ବିରଜା ଦାସ): ଚିକିତ୍ସା ବିଜ୍ଞାନରେ ଯଥେଷ୍ଟ ଉନ୍ନତି ଘଟିଛି। ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲାଣି। ଏହାପରେ ମଧ୍ୟ ଲୋକେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ। ପୂରା ଘଟଣା ଏମିତି। ଛେଣ୍ଡିପଦା ଥାନାର ମହିଳା କନଷ୍ଟେବଲ ସଂଜୁଲତା ସାହୁଙ୍କୁ ଆଜି ଅପରାହ୍ନରେ ଏକ ବିଷାକ୍ତ ସର୍ପ ଦଂଶନ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ […]

black magician in chandipada hospital

Ordigital Desk
  • Published: Thursday, 02 August 2018
  • , Updated: 02 August 2018, 11:38 PM IST

ଅନୁଗୋଳ (ବିରଜା ଦାସ): ଚିକିତ୍ସା ବିଜ୍ଞାନରେ ଯଥେଷ୍ଟ ଉନ୍ନତି ଘଟିଛି। ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲାଣି। ଏହାପରେ ମଧ୍ୟ ଲୋକେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ।

ପୂରା ଘଟଣା ଏମିତି। ଛେଣ୍ଡିପଦା ଥାନାର ମହିଳା କନଷ୍ଟେବଲ ସଂଜୁଲତା ସାହୁଙ୍କୁ ଆଜି ଅପରାହ୍ନରେ ଏକ ବିଷାକ୍ତ ସର୍ପ ଦଂଶନ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଜଣେ ଗୁଣିଆ ଆସି ତାଙ୍କୁ ଝଡ଼ା ଫୁଙ୍କା କରିବାକୁ ଉଦ୍ୟମ କରିଥିଲେ। ଏହା ଜାଣିପାରି ମହିଳା ଥାନାଧିକାରୀ ତାଙ୍କୁ ବାରଣ କରିବାରୁ ସେ ସେଠାରୁ ପଳାଇ ଯାଇଥିଲା।

ପରେ ସଞ୍ଜୁଲତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

Related story