ବ୍ଲାକ୍‌ରୋଜ୍‌ ଦୁର୍ଘଟଣାର ତଦନ୍ତ ରିପୋର୍ଟକୁ ମୋଡ଼ିଥିଲେ କି ବବି ଦାସ? କ୍ରାଇମବ୍ରାଞ୍ଚ ରିପୋର୍ଟରେ ଭାଇଙ୍କ କମ୍ପାନୀର ନାଁ ନାହିଁ

Ordigital Desk
  • Published: Thursday, 05 July 2018
  • , Updated: 05 July 2018, 07:58 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): &lsquo;ବ୍ଲାକରୋଜ୍&rsquo; କେଳେଙ୍କାରୀ ପଛର ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଯାଜପୁର ଲିଙ୍କ୍ ପରେ ଏବେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେବଳ ଜାହାଜ ମାଲିକଙ୍କୁ ଦାୟୀ କରି ଚୁପ୍ ବସିଥିବା କ୍ରାଇମବ୍ରାଞ୍ଚ, ଜାଣିଶୁଣି ଅନେକ ଦିଗକୁ ଅଣଦେଖା କରିଥିବା ଏବେ ଜଣାପଡ଼ିଛି।</p> <p>ପାରାଦୀପ ସମୁଦ୍ରରେ ବୁଡ଼ିଥିବା &lsquo;ବ୍ଲାକରୋଜ୍&rsquo; ଜାହାଜ ପଛରେ ରହିଥିଲା ବିଗ୍ ଡିଲ୍। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଲିଙ୍କ୍ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ଛିଡ଼ାହୋଇଛି ବଡ଼ ପ୍ରଶ୍ନ। &lsquo;ଓଡ଼ିଶା ରିପୋର୍ଟର&rsquo;କୁ ମିଳିଥିବା ତଥ୍ୟ ଅନୁସାରେ, &lsquo;ବ୍ଲାକରୋଜ୍&rsquo; ବୁଡ଼ିବା ଘଟଣାରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଦେଇଥିବା ରିପୋର୍ଟରେ ମାଲ୍ ପରିବହନ କରୁଥିବା ୨ଟି କମ୍ପାନୀ &lsquo;ରେକ୍ଟର ମାଇନ୍ସ&rsquo; ଓ &lsquo;ଏ.ବି.ମିନେରାଲ୍ସ&rsquo;ର ନାଁ ରହିଥିଲା। ମାତ୍ର କ୍ରାଇମବ୍ରାଞ୍ଚ ୨୦୧୪ ଜୁନ୍ ୨୭ରେ ଦେଇଥିବା ଚାର୍ଜସିଟ୍&zwnj;ରେ କାହାର ବି ନାଁ ଉଲ୍ଲେଖ କରିନି। ବରଂ ଜାହାଜ ମାଲିକ &lsquo;କୋକ୍ ସିଟ୍&zwnj;କି&rsquo;ଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇ ଚୁପ୍&zwnj; ବସିଥିଲା। ଏଠି ପ୍ରଶ୍ନ ଉଠୁଛି, କାହିଁକି ଏହି ଚାର୍ଜସିଟ୍&zwnj;ରେ ମାଲ୍ ପଠାଉଥିବା ସଂପୃକ୍ତ କମ୍ପାନୀ ଗୁଡ଼ିକର ନାଁ ଉଲ୍ଲେଖ କରିନି କ୍ରାଇମବ୍ରାଞ୍ଚ? ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦାଦାପୁଅ ଭାଇ ସୂର୍ଯ୍ୟପ୍ରକାଶ ଦାସ &lsquo;ରେକ୍ଟର ମାଇନ୍ସ&rsquo;ର ନିର୍ଦ୍ଦେଶକ ଥିବାରୁ କୌଣସି ବାହ୍ୟ ଚାପ ଯୋଗୁଁ ଚାର୍ଜସିଟ୍&zwnj;ରେ ତାଙ୍କ ନାଁ ଦର୍ଶାଇଲାନି କି କ୍ରାଇମବ୍ରାଞ୍ଚ?</p> <p>&lt;a href=&quot;&quot;&gt;(image) &lt;/a&gt;ମିଳିଥିବା ତଥ୍ୟ ଅନୁଯାୟୀ, ୨୦୦୬ରୁ ୨୦୦୯ ଅଗଷ୍ଟ ସୁଦ୍ଧା ୬ଥର ଚାଇନାକୁ ଲୁହାପଥର ରପ୍ତାନୀ କରିଥିଲା ବ୍ଲାକରୋଜ। କିନ୍ତୁ ୨୦୦୯ ସେପ୍ଟେମ୍ବର ୯ ତାରିଖରେ ଶେଷଥର ପାଇଁ ମାଲ୍ ରପ୍ତାନୀ କରିବାକୁ ଆସିଥିବା ବେଳେ ପାରାଦୀପରେ ଏହି ବିଦେଶୀ ଜାହାଜଟି ବୁଡ଼ିଯାଇଥିଲା। ଯେଉଁଥିରେ ଥିଲା ୨୩ ହଜାର ୫ଶହ ମେଟ୍ରିକ୍ ଟନ୍ ଲୁହାପଥର। ଏଥିରେ ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। କିନ୍ତୁ ସେତେବେଳେ ଜାଲ୍ କାଗଜପତ୍ର ଦେଇ ଜାହାଜଟି ପାରାଦୀପ ବନ୍ଦରକୁ ଆସିଥିଲା। ଆଉ ଏହି ସମୟରେ ହିଁ &lsquo;ବ୍ଲାକରୋଜ&rsquo; ବୁଡ଼ି ଯାଇଥିଲା। ଏହାପୂର୍ବରୁ ମଧ୍ୟ ସେହିବର୍ଷ ଜୁନ୍&zwnj;ରେ ଜାଲ କାଗଜପତ୍ର ଦେଇ ଚାଇନାକୁ ଲୁହାପଥର ରପ୍ତାନୀ କରିଥିଲା ଏହି କମ୍ପାନୀ।</p> <p>https://youtu.be/0CMfK-dHu-Q</p>

Related story