ଓଡ଼ିଶାରେ କଳା ବାଘ

Ordigital Desk
  • Published: Monday, 21 May 2018
  • , Updated: 21 May 2018, 10:33 PM IST
<p>ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଓଡ଼ିଶା ଜଙ୍ଗଲରେ ବ୍ଲାକ୍ ପାନ୍ଥର୍ (କଳାବାଘ)। ସୁନ୍ଦରଗଡ଼ ବନଖଣ୍ଡ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ବାଘଟି ମାଆ ସହିତ ବୁଲୁଥିଲା। ଯାହା ଟ୍ରାପ୍ କ୍ୟାମେରାରେ କଏଦ୍ ହୋଇଛି। ହେମଗିରି ଓ ଗୋପାଳପୁର ରେଞ୍ଜ ଅଞ୍ଚଳରେ କଳା ବାଘକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ ବିଭାଗ ଏହାର ଝଲକ ପାଇନଥିଲା। ମାତ୍ର ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ ଏହି ବିରଳ ଜନ୍ତୁର ଫଟୋ କଏଦ୍ ହୋଇଛି। ରାଜ୍ୟର କୌଣସି ଜଙ୍ଗଲରେ ବ୍ଲାକ୍ ପାନ୍ଥର ଫଟୋ ଉତ୍ତୋଳନ ହେବା ପ୍ରଥମ ଘଟଣା ବୋଲି ଚିଫ୍ ୱାଇଲ୍&zwnj;ଡ ଲାଇଫ୍ ୱାର୍ଡେନ ସନ୍ଦୀପ ତ୍ରିପାଠୀ କହିଛନ୍ତି।</p> <p>୧୯୯୨ ମସିହାରେ ଓଡ଼ିଶାର ଶିମିଳିପାଳ ଓ ଫୁଲବାଣୀ ବନଖଣ୍ଡରେ କଳା କଲରାପତରିଆ ବାଘ ଦେଖା ଯାଉଥିଲେ। ମାତ୍ର ଏହାର କୌଣସି ଫଟୋଚିତ୍ର ନଥିଲା। ସେହିପରି କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୋଆ ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କଳା ବାଘଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା। ତେବେ କ୍ୟାମେରାରେ କଳାବାଘର ଫଟୋ ଉଠିବା କ୍ଷେତ୍ରରେ ଏହା ପ୍ରଥମ ଘଟଣା। ସେପଟେ ବାଘର ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଓ୍ୱାଇଲ୍ଡ ଲାଇଫ ସିସିଏଫ୍ ଏଚ.କେ. ବିଷ୍ଟ କହିଛନ୍ତି।</p> <p>୨୦୧୬ ଗଣନା ଅନୁଯାୟୀ ଓଡ଼ିଶାରେ ୪୦ଟି ବାଘ ଅଛନ୍ତି। ଏହା ବ୍ୟତୀତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୫ଟି ମହାବଳ ବାଘ, ୭ଟି ଧଳାବାଘ ଓ ୩ଟି ମେଲାନିଷ୍ଟିକ୍ ବା କଳା ବାଘ ଅଛନ୍ତି।</p>

Related story