ସିମେଣ୍ଟ କାରଖାନାରେ ବିସ୍ଫୋରଣ, ଜଣେ ମୃତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିମେଣ୍ଟ କାରଖାନାରେ ବିସ୍ଫୋରଣ ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏମିତି ଭୟଙ୍କର ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଓସିଏଲ୍‌ ସିମେଣ୍ଟ କାରଖାନାରେ ଘଟିଛି। ଆଜି ଅପରାହ୍ନରେ OCL ସିମେଣ୍ଟ କାରଖାନାର ବ୍ଲାଷ୍ଟଫର୍ଣ୍ଣେସ୍‌ରେ ସଫେଇ ଚାଲି ଥିଲା।  ଶ୍ରମିକମାନେ ସଫେଇ କରୁଥିବା ବେଳେ ହଠାତ୍‌ ବ୍ଲାଷ୍ଟଫର୍ଣ୍ଣେସ୍‌ରେ ବିସ୍ଫୋରଣ ହୋଇଥିଲା। ଫଳରେ ରଶ୍ମିତା କୁଜୁରୁ ନାମକ ଜଣେ […]

one-blast

Manoranjan Sial
  • Published: Wednesday, 29 January 2020
  • , Updated: 29 January 2020, 06:28 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିମେଣ୍ଟ କାରଖାନାରେ ବିସ୍ଫୋରଣ ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏମିତି ଭୟଙ୍କର ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଓସିଏଲ୍‌ ସିମେଣ୍ଟ କାରଖାନାରେ ଘଟିଛି।

ଆଜି ଅପରାହ୍ନରେ OCL ସିମେଣ୍ଟ କାରଖାନାର ବ୍ଲାଷ୍ଟଫର୍ଣ୍ଣେସ୍‌ରେ ସଫେଇ ଚାଲି ଥିଲା।  ଶ୍ରମିକମାନେ ସଫେଇ କରୁଥିବା ବେଳେ ହଠାତ୍‌ ବ୍ଲାଷ୍ଟଫର୍ଣ୍ଣେସ୍‌ରେ ବିସ୍ଫୋରଣ ହୋଇଥିଲା। ଫଳରେ ରଶ୍ମିତା କୁଜୁରୁ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ କାରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ କାରଖାନାରେ ପୁଲିସ ମୁତୟନ ହୋଇଛନ୍ତି।

Related story