ବଢିଲା ବ୍ଲକ୍‌ଗ୍ରାଣ୍ଟ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀଙ୍କ ଦରମା

ଭୁବନେଶ୍ୱର: ଦୀର୍ଘ ଦିନର ସଂଘର୍ଷ ପରେ ଆଜି ରାଜ୍ୟ ସରକାର ବ୍ଲକ ଗ୍ରାଣ୍ଟ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।  ମୂଳ ଦରମାର ୨୫ % ଦରମା ବୃଦ୍ଧିକୁ ଆଜି ସରକାର ମଞ୍ଜୁରୀ ଦେଇଛନ୍ତି। ୨୦୧୬ ମେ ମାସ ୩୧ ତାରିଖ ସୁଦ୍ଧା ବ୍ଲକ ଗ୍ରାଣ୍ଟ ଅଧ୍ୟାପକ,ଶିକ୍ଷକ ଓ କର୍ମଚାରୀ ପାଉଥିବା ଦରମା ଉପରେ ଏହି ବୃଦ୍ଧି ଘୋଷଣା କରାଯାଇଛି। ନିଷ୍ପତ୍ତି ଅନୁସାରେ ଏଣିକି ବର୍ଷକୁ ୩ ପ୍ରତିଶତ ହାରରେ ଦରମା […]

blocgrantschool

Rakesh Mallick
  • Published: Saturday, 23 July 2016
  • , Updated: 23 July 2016, 09:50 PM IST

ଭୁବନେଶ୍ୱର: ଦୀର୍ଘ ଦିନର ସଂଘର୍ଷ ପରେ ଆଜି ରାଜ୍ୟ ସରକାର ବ୍ଲକ ଗ୍ରାଣ୍ଟ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।  ମୂଳ ଦରମାର ୨୫ % ଦରମା ବୃଦ୍ଧିକୁ ଆଜି ସରକାର ମଞ୍ଜୁରୀ ଦେଇଛନ୍ତି।

୨୦୧୬ ମେ ମାସ ୩୧ ତାରିଖ ସୁଦ୍ଧା ବ୍ଲକ ଗ୍ରାଣ୍ଟ ଅଧ୍ୟାପକ,ଶିକ୍ଷକ ଓ କର୍ମଚାରୀ ପାଉଥିବା ଦରମା ଉପରେ ଏହି ବୃଦ୍ଧି ଘୋଷଣା କରାଯାଇଛି। ନିଷ୍ପତ୍ତି ଅନୁସାରେ ଏଣିକି ବର୍ଷକୁ ୩ ପ୍ରତିଶତ ହାରରେ ଦରମା ବୃଦ୍ଧି ପାଇବ।

ସେହିପରି ବ୍ଲକ ଗ୍ରାଣ୍ଟ ବଦଳରେ ଗ୍ରାଣ୍ଟ ଇନ୍‌ ଏଡ୍‌ ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବର୍ଦ୍ଧିତ ଦରମା ଜୁନ୍‌ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଶାସ୍ତ୍ରୀ ଓ ଉପଶାସ୍ତ୍ରୀ କଲେଜର ଅଧ୍ୟାପକଙ୍କ ସମେତ ୪୮୮ ଓ ୬୬୨ ବର୍ଗ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ଏହାଦ୍ୱାରା ଉପକୃତ ହେବେ।

Related story