ମାଡ଼ ମାରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରଫ

ନୂଆପଡ଼ା (ଓଡ଼ିଶା ରିପୋର୍ଟର):ନୂଆପଡ଼ା ଜିଲ୍ଲା ଖଡ଼ଇାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରଫ। ତାଙ୍କ ନା ବାଳକୃଷ୍ଣ ଶବର।  ଗତ ୨୯ ତାରିଖରେ  ଖଡ଼ିଆଳ ଥାନା ପୁଟୁପଡ଼ାରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ବ୍ଳକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଘଟଣାସ୍ଥଳକୁ ଯାଇ ଗଣ୍ଡଗୋଳକୁ ଉସୁକାଇବା ସହ ସୁନୀଲ ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ପରେ ତାଙ୍କ ଅଟୋକୁ କିଛି ଲୋକ ଭାଙ୍ଗି ଦେଇଥିଲେ। ଏନେଇ ସୁନୀଲଙ୍କ ବାପା ଥାନାରେ ଅଭିଯୋଗ ପାଇଁ ଯାଇଥିବାବେଳେ ସେଠାରେ ବ୍ଳକ […]

n-90871

Tapas Behera
  • Published: Thursday, 02 January 2020
  • , Updated: 02 January 2020, 05:36 PM IST

ନୂଆପଡ଼ା (ଓଡ଼ିଶା ରିପୋର୍ଟର):ନୂଆପଡ଼ା ଜିଲ୍ଲା ଖଡ଼ଇାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରଫ। ତାଙ୍କ ନା ବାଳକୃଷ୍ଣ ଶବର।  ଗତ ୨୯ ତାରିଖରେ  ଖଡ଼ିଆଳ ଥାନା ପୁଟୁପଡ଼ାରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ବ୍ଳକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଘଟଣାସ୍ଥଳକୁ ଯାଇ ଗଣ୍ଡଗୋଳକୁ ଉସୁକାଇବା ସହ ସୁନୀଲ ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ।

ପରେ ତାଙ୍କ ଅଟୋକୁ କିଛି ଲୋକ ଭାଙ୍ଗି ଦେଇଥିଲେ। ଏନେଇ ସୁନୀଲଙ୍କ ବାପା ଥାନାରେ ଅଭିଯୋଗ ପାଇଁ ଯାଇଥିବାବେଳେ ସେଠାରେ ବ୍ଳକ ଅଧ୍ୟକ୍ଷ ତାଙ୍କୁ ମାଡ ମାରିବା ସହ ପୁଲିସକୁ ଗାଳିଗୁଲଜ କରିଥିଲେ। ଆଜି ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।   ବାଳକୃଷ୍ଣଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ୧୪ଟି ମାମଲା ରହିଛି।

Related story