ଭୁବନେଶ୍ୱର ମହାନଗର ନିଗମ ପରିଦର୍ଶନ କରିବ କେନ୍ଦ୍ରୀୟ ସ୍ୱଚ୍ଛ ସର୍ବେକ୍ଷଣ ଟିମ୍‌

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପରିଦର୍ଶନ କରିବେ କେନ୍ଦ୍ରୀୟ ସ୍ୱଚ୍ଛ ସର୍ବେକ୍ଷଣ ଟିମ୍‌। ତିନି ଦିନ ଧରି ଏହି ଟିମ୍‌ ଭୁବନେଶ୍ୱର ସ୍ୱଚ୍ଛତା ନେଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ବିଏମ୍‌ସି, ବିଡିଏ ଓ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବ। ଅମ୍ରୁତ ଯୋଜନା ଅନ୍ତର୍ଗତ ସାରାଦେଶରେ ୫୦୦ ସହରକୁ ନେଇ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା କରାଯାଉଛି। ଜାନୁଆରୀ ୪ରୁ ଫେବୃଆରୀ ୧୨ ତାରିଖ ଯାଏଁ ସର୍ବେକ୍ଷଣ ଚାଲିବ। ଫେବୃଆରୀ ୨୪ […]

bmc

Rakesh Mallick
  • Published: Saturday, 04 February 2017
  • , Updated: 05 February 2017, 07:02 AM IST

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପରିଦର୍ଶନ କରିବେ କେନ୍ଦ୍ରୀୟ ସ୍ୱଚ୍ଛ ସର୍ବେକ୍ଷଣ ଟିମ୍‌। ତିନି ଦିନ ଧରି ଏହି ଟିମ୍‌ ଭୁବନେଶ୍ୱର ସ୍ୱଚ୍ଛତା ନେଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ବିଏମ୍‌ସି, ବିଡିଏ ଓ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବ।

ଅମ୍ରୁତ ଯୋଜନା ଅନ୍ତର୍ଗତ ସାରାଦେଶରେ ୫୦୦ ସହରକୁ ନେଇ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା କରାଯାଉଛି। ଜାନୁଆରୀ ୪ରୁ ଫେବୃଆରୀ ୧୨ ତାରିଖ ଯାଏଁ ସର୍ବେକ୍ଷଣ ଚାଲିବ। ଫେବୃଆରୀ ୨୪ ତାରିଖରେ ରାଙ୍କ ପ୍ରକାଶ କରିବ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ।

ମୋଟ ୨୦୦୦ ମାର୍କକୁ ନେଇ ପରୀକ୍ଷା ଦେବ ବିଏମ୍‌ସି। ୯୦୦ ମାର୍କର ଡକୁମେଣ୍ଟେସନ୍‌, ୬୦୦ ମାର୍କର ନାଗରିକଙ୍କ ଆନ୍‌ଲାଇନ୍‌ ତଥା ଫୋନ୍‌ ଭୋଟିଂ ଏବଂ ୫୦୦ ମାର୍କ କେନ୍ଦ୍ରୀୟ ଟିମ୍‌ ହାତରେ ରହିଛି।

ଗତବର୍ଷ ୭୩ଟି ସହରକୁ ନେଇ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣପ ପ୍ରତିଯୋଗିବାରେ ଭୁବନେଶ୍ୱର ୨୪ ନମ୍ୱର ସ୍ଥାନରେ ଥିଲା। ଚଳିତବର୍ଷ ରାଙ୍କରେ ସୁଧାର ଆଣିବା ଲାଗି ବିଏମ୍‌ସି ଚେଷ୍ଟା ଚଳାଇଛି।

Related story