କୋଭିଡ୍ କଟକଣା ଜାରି କଲା ବିଏମ୍‌ସି, ବିବାହ ଓ ଶୁଦ୍ଧି କାର୍ଯ୍ୟରେ କମିବ ଅତିଥିଙ୍କ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧୀରେ ଧୀରେ ପୁଣି କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାକୁ ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଗଲାଣି। ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ଗାଇଡ୍‌ଲାଇନ୍ ଜାରି କରିଛି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯିବ। ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣଙ୍କୁ ଉପସ୍ଥିତି […]

BMC

Jitendra Garnayak
  • Published: Friday, 02 April 2021
  • , Updated: 02 April 2021, 08:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧୀରେ ଧୀରେ ପୁଣି କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାକୁ ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଗଲାଣି। ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ଗାଇଡ୍‌ଲାଇନ୍ ଜାରି କରିଛି।

ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯିବ। ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣଙ୍କୁ ଉପସ୍ଥିତି ରହିବା ପାଇଁ ଅନୁମତି ଦିଆଯାଇଛି। ସେହିପରି ଶୁଦ୍ଧି କାର୍ଯ୍ୟରେ କେବଳ ୫୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିବ।

ଏହା ସହିତ ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଇଛି ବିଏମ୍‌ସି। କୌଣସି ଅନୁଷ୍ଠାନ ସୁବର୍ଣ୍ଣ ଜୟନ୍ତୀ , ରୌପ୍ୟ ଜୟନ୍ତୀ ଓ ଶତବାର୍ଷିକୀ ପାଳନ କରିପାରିବେ ନାହିଁ। ସେହିପରି କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ କରିପାରିବେ ନାହିଁ।

ବିଏମ୍‌ସିର ଏହି ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୬ ତାରିଖରୁ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ସବୁ କଟକଣା ବଳବତ୍ତର ରହିବ।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱରରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୧ଟି ହେଉଛି ଲୋକାଲ୍ କେସ୍‌।

Related story