କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ- ବିଏମ୍‌ସି କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ନେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ।   ଟିକା ନେବା ପରେ ସେ ପୂରା ସୁସ୍ଥ ଥିବା କହିଛନ୍ତି। ଲୋକେ କୌଣସି ଗୁଜବକୁ ବିଶ୍ୱାସ କରିବା ଉଚିତ ନୁହେଁ  । ଯେଉଁମାନେ ଟିକାକୁ ଡରୁଛନ୍ତି, ସେମାନେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ  । ନିଜେ ଟିକା ନିଅନ୍ତୁ, ଟିକା ନେବାକୁ ଅନ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରନ୍ତୁ। ଏଥିସହ କମିଶନର କହିଛନ୍ତି, ଏହା ପୂରା ସୁରକ୍ଷିତ। ଯେଉଁମାନଙ୍କୁ ସୁଯୋଗ […]

Corona vaccine

Niharika Rout
  • Published: Thursday, 25 February 2021
  • , Updated: 25 February 2021, 03:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ନେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ।   ଟିକା ନେବା ପରେ ସେ ପୂରା ସୁସ୍ଥ ଥିବା କହିଛନ୍ତି। ଲୋକେ କୌଣସି ଗୁଜବକୁ ବିଶ୍ୱାସ କରିବା ଉଚିତ ନୁହେଁ  । ଯେଉଁମାନେ ଟିକାକୁ ଡରୁଛନ୍ତି, ସେମାନେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ  । ନିଜେ ଟିକା ନିଅନ୍ତୁ, ଟିକା ନେବାକୁ ଅନ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରନ୍ତୁ।

ଏଥିସହ କମିଶନର କହିଛନ୍ତି, ଏହା ପୂରା ସୁରକ୍ଷିତ। ଯେଉଁମାନଙ୍କୁ ସୁଯୋଗ ମିଳୁଛି ଟିକା ନେବା ଉଚିତ। ଏହାଦ୍ୱାରା ସେମାନେ ଅନ୍ୟମାନଙ୍କୁ ବି ସୁରକ୍ଷିତ ରଖିପାରିବେ। ଏବେ ବିଭିନ୍ନ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖାଦଇଥିବା ବେଳେ ସମସ୍ତେ ଟିକା ନେବା ଉଚିତ।

ସୂଚନାଯୋଗ୍ୟ, ମାର୍ଚ୍ଚ ପହିଲାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ । ଏଥିରେ ବରିଷ୍ଠ ନାଗରିକ ଓ ବିଭିନ୍ନ ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କୁ ଟିକା ପ୍ରଦାନ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି । ଏଣୁ ସରକାରୀ ଟିକାକରଣ କେନ୍ଦ୍ର ବ୍ୟତୀତ ଘରୋଇ ହସ୍ପିଟାଲରେ ମଧ୍ୟ କରୋନା ଟିକା ମିଳିବ ଯେଉଁମାନେ ଚାହିଁବେ, ସେମାନେ ଘରୋଇ ହସ୍ପିଟାଲରୁ କରୋନା ଟିକା ନେଇପାରିବେ।

ଏନେଇ ବିଏମ୍‌ସି କମିଶନର କହିଛନ୍ତି,  ବିଏମ୍‌ସି  ସର୍ଭେ ଅନୁସାରେ ୨୦ରୁ ୨୫ ହଜାର  ବରିଷ୍ଠ ନାଗରିକଙ୍କ ତଥ୍ୟ ଅଛି । ୩ଟି ଜୋନ୍‌ରେ ୩ ଟି ଟିମ୍ ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ କରୁଛି । ଫାଇନାଲ ଡାଟା ଆସିଲେ ଟିକାକରଣର ପ୍ରସ୍ତୁତି କରାଯିବ । ଆଗରୁ ଯେଉଁ ସବୁ ହସ୍ପିଟାଲରେ ଟିକା ଦିଆଯାଇଥିଲା, ସେହି ସବୁ ସ୍ଥାନରେ ଭ୍ୟାକ୍ସିନେସନ କରାଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର  ।

Related story