ରାଜଧାନୀରେ ମଶା ମାରିବାକୁ ବିଏମ୍‌ସି ଅପଣାଇଲା କୋଲକାତା ମଡ଼େଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁଆଡେ ଦେଖିବ ସିଆଡେ ମଶା ଭଣଭଣ। ଘର ହେଉ ଅବା ନାଳନର୍ଦ୍ଦମା ସବୁଠି ମଶା ହାଉଯାଉ ହେଉଛନ୍ତି। ଦିନ ହେଉ ଅବା ରାତି ମଶାରି ନ ଟାଙ୍ଗିଲେ ନିସ୍ତାର ନାହିଁ। ମଶାଙ୍କ ପ୍ରାଦୁର୍ଭାବ ନେଇ ଅତିଷ୍ଠ ହୋଇପଡିଲେଣି ଟ୍ୱିନ୍ ସିଟି ବାସିନ୍ଦା। ତେବେ ଡେରିରେ ହେଉ ପଛେ ଚେତିଛି ବିଏମସି। ସରଳ ଉପାୟ ଛାଡି ଏବେ ବ୍ୟୟ ବହୁଳ ଉପଚାର ଆରମ୍ଭ କରିଛି। କୋଲକାତା ମଡେଲରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମଶା ଦମନ […]

drone

  • Published: Sunday, 18 December 2022
  • , Updated: 18 December 2022, 09:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁଆଡେ ଦେଖିବ ସିଆଡେ ମଶା ଭଣଭଣ। ଘର ହେଉ ଅବା ନାଳନର୍ଦ୍ଦମା ସବୁଠି ମଶା ହାଉଯାଉ ହେଉଛନ୍ତି। ଦିନ ହେଉ ଅବା ରାତି ମଶାରି ନ ଟାଙ୍ଗିଲେ ନିସ୍ତାର ନାହିଁ। ମଶାଙ୍କ ପ୍ରାଦୁର୍ଭାବ ନେଇ ଅତିଷ୍ଠ ହୋଇପଡିଲେଣି ଟ୍ୱିନ୍ ସିଟି ବାସିନ୍ଦା। ତେବେ ଡେରିରେ ହେଉ ପଛେ ଚେତିଛି ବିଏମସି। ସରଳ ଉପାୟ ଛାଡି ଏବେ ବ୍ୟୟ ବହୁଳ ଉପଚାର ଆରମ୍ଭ କରିଛି। କୋଲକାତା ମଡେଲରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମଶା ଦମନ ପ୍ରକ୍ରିୟା। ଡ୍ରୋନ୍ ପଦ୍ଧତିରେ ମଶାଙ୍କ ଉତ୍ପତିସ୍ଥଳ ଚିହ୍ନଟ ସହ ଡ୍ରୋନରେ ମଶା ବଂଶ ନାଶ ପାଇଁ କୀଟନାଶକ ସ୍ପ୍ରେ କରାଯାଉଛି।

୭ ଦିନ ମଧ୍ୟରେ ରାଜଧାନୀରେ ମଶାଙ୍କ ପ୍ରାଦୃର୍ଭାବ କମାଇବା ଲକ୍ଷ୍ୟରେ ରହିଛି ବିଏମସି। ପ୍ରଥମେ ଟ୍ରାଏଲ ନିଳାଦ୍ରୀ ବିହାର ଅଞ୍ଚଳରୁ ଆରମ୍ଭ ହୋଇଛି। ଦୈନିକ ୧୦ଟି ସ୍ଥାନରେ ପ୍ରାୟ ୧୦୦ ଲିଟର କୀଟନାଶକ ସ୍ପ୍ରେ ପାଇଁ ଯୋଜନା ହୋଇଛି। ସେପଟେ ସୋମବାରଠାରୁ ଓ୍ୱାର୍ଡ ଓ୍ୱାରୀ ୩୦ ଜଣ ସଫେଇ କର୍ମକାରୀ ଏକା ସମୟରେ ନାଳ ନର୍ଦ୍ଦମାରେ ମଶା ତେଲ ପକାଇବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। ରାଜଧାନୀରେ ବୁଲି ବୁଲି ମଶା ଧୁଆଁ ଦେବା ପାଇଁ ପୂର୍ବରୁ ୨ଟି ଗାଡି ଥିବା ବେଳେ ଏବେ ଏହି ସଂଖ୍ୟା ୯କୁ ବୃଦ୍ଧି କରାଯାଇଛି। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଏପଟେ ବିଏମସିର ମଶା ମରା ଉପଚାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ। ମଶା ବଂଶ ନାଶ ପାଇଁ ଏବେ ନାଳନର୍ଦ୍ଦମାରେ କୀଟନାଶକ ପକାଯାଉଛି, ହେଲେ ବର୍ଷା ପରେ ପରେ ମଶା ଜନ୍ମ ସମୟରେ କୀଟନାଶକ ଛିଞ୍ଚନ ହେଲାନି, ଏବେ ଉଡାନ୍ତ ଅବସ୍ଥାରେ ମଶା ବଂଶ କିପରି ନାଶ ହେବ ବୋଲି ପ୍ରଶ୍ନ କରିଛନ୍ତି ଲୋକେ। ତେବେ ଡ୍ରୋନ ଯୋଗେ ମଶାମରା ଅଭିଯାନ କେବଳ ବିଶ୍ୱକପ ହକି ପାଇଁ ନା ସବୁ ଦିନିଆ, ଏନେଇ ରାଜଧାନୀବାସୀଙ୍କ ମନରେ ପ୍ରଶ୍ନ।

Related story