କେଉଁବର୍ଗର ବ୍ୟକ୍ତି କେତେବେଳେ ନେବେ ଟିକା? ବିଏମ୍‌ସି ନିର୍ଦ୍ଧାଣ କଲା ସମୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନାଗରୀକ ଓ ସମ୍ମୁଖ ଯୋର୍ଦ୍ଧାଙ୍କୁ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ କରୋନା ଟିକା ଦିଆଯାଉଛି। ଏପରି ସ୍ଥିତିରେ ସୋମବାରଠାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷର ବର୍ଗର ଲୋକଙ୍କୁ କେଉଁ ସମୟରେ ଦିଆଯିବ ଟିକା। ଟିକକାରଣ କେନ୍ଦ୍ରରେ ଗହଳିକୁ ଏଡାଇବା ପାଇଁ ଆଜି ବିଏମ୍‌ସି ସମୟ ନିର୍ଘଣ୍ଟ ସ୍ଥିର କରିଛି। Timing for vaccination for 18-44 age group is 8.00 AM to […]

vaccination

Manoranjan Sial
  • Published: Saturday, 01 May 2021
  • , Updated: 01 May 2021, 06:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନାଗରୀକ ଓ ସମ୍ମୁଖ ଯୋର୍ଦ୍ଧାଙ୍କୁ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ କରୋନା ଟିକା ଦିଆଯାଉଛି। ଏପରି ସ୍ଥିତିରେ ସୋମବାରଠାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷର ବର୍ଗର ଲୋକଙ୍କୁ କେଉଁ ସମୟରେ ଦିଆଯିବ ଟିକା। ଟିକକାରଣ କେନ୍ଦ୍ରରେ ଗହଳିକୁ ଏଡାଇବା ପାଇଁ ଆଜି ବିଏମ୍‌ସି ସମୟ ନିର୍ଘଣ୍ଟ ସ୍ଥିର କରିଛି।

https://twitter.com/bmcbbsr/status/1388466793543438338?s=20

BMC ପକ୍ଷରୁ ନିର୍ଦ୍ଧାରଣ ହୋଇଥିବା ସମୟ ଅନୁସାରେ ସୋମବାରଠାରୁ ପ୍ରତି ସକାଳ ୮ରୁ ଦିନ ଗୋଟାଏ ଯାଏଁ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ। ଟିକାକରଣ କେନ୍ଦ୍ରରେ ଦେଖାଯାଉଥିବା ଭିଡ୍‌କୁ ଦେଖି ବିଏମ୍‌ସି ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଭୁବନେଶ୍ୱରବାସୀ ଟିକା ନେବା ପାଇଁ କେନ୍ଦ୍ରକୁ ଯାଉଛନ୍ତି। ଯୁବକ ଓ ବୟସ୍କ ଗୋଟିଏ ସମୟରେ କେନ୍ଦ୍ରକୁ ଯାଉଛନ୍ତି। ମାତ୍ର ସମାଜିକ ଦୂରତା ବଜାୟ ରଖୁନଥିବାରୁ ଅଜଥାରେ କେନ୍ଦ୍ରରେ ଭିଡ ହେଉଛି। ଏପରିକି ଅନେକ ସମୟରେ ଗଣ୍ଡଗୋଳ ହେଉଥିବା ଦେଖିବାକୁ ମିଳିଛି। ଏହାକୁ ନଜରରେ ରଖି ବିଏମ୍‌ସି ଟିକା ଦାନ ସମୟର ପରିବର୍ତ୍ତନ କରିଛନ୍ତି। ଏଣିକି ୧୮ରୁ ୪୪ ବର୍ଗର ବ୍ୟକ୍ତିମାନେ ସକାଳ ୮ଟାରୁ ଦିନ ଗୋଟାଏ ଯାଏଁ ଟିକା ନେଇପାରିବେ।

Related story